ଧର୍ମ: ପରିବର୍ତନର ଅନ୍ୟ ନାମ ଭଗବାନ ବିଷ୍ଣୁ

ପୌରାଣିକ ପୃଷ୍ଠାରୁ ଆମେ ପଢ଼ିଛୁ, ମା’ ମହାଲକ୍ଷ୍ମୀ ଓ ପ୍ରଭୁ ନାରାୟଣଙ୍କ ବାସସ୍ଥାନ ବୈକୁଣ୍ଠପୁର । ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ । ଧରାପୃଷ୍ଠରେ ଧର୍ମ ପ୍ରତି ବିପଦ ପଡ଼ିବା ମାତ୍ରେ ବିଧି ନିର୍ଦ୍ଦେଶ ପାଇ ପ୍ରଭୁ ନାରାୟଣ ଧରାବତରଣ କରନ୍ତି । ଦୁଷ୍ଟଶକ୍ତିକୁ ନାଶ କରି ସତ୍ୟ, ଧର୍ମ ଓ ନ୍ୟାୟକୁ ପୁନଃ ପ୍ରତିଷ୍ଠା କରି ଫେରିଯାନ୍ତି ବୈକୁଣ୍ଠପୁର ।

ୟେ ତ ଗଲା କାହାଣୀ । କିନ୍ତୁ ବାସ୍ତବ କଥା ହେଉଛି, ପ୍ରଭୁ ବିଷ୍ଣୁଙ୍କୁ ଆମେ ପରିତ୍ୟକ୍ତ ମଠମନ୍ଦିର କି ଅଗନା ଅଗନି ବନସ୍ତରେ ଦେଖିବାକୁ ପାଇବାନି । ମଣିଷ ମନରେ ଜାତ ପରିବର୍ତନର ହାୱା ପ୍ରଭୁ ବିଷ୍ଣୁଙ୍କ ଧରାବତରଣକୁ ସୂଚାଏ । ଧର୍ମ ଅଟଳ କି ଅଖଣ୍ଡ ନୁହେଁ, ଧର୍ମ ପାଣି ଭଳି ଏକ ତରଳ ପଦାର୍ଥ ଯାହା ସମୟର ସ୍ରୋତରେ ଭାସିବାକୁ ଭଲ ପାଏ । ପରିବର୍ତନ ସମୟର ଆହ୍ୱାନ । ସରକାର ବଦଳିବା ପରେ ବିଦାୟ ନେଲା ‘ମିଶନ ଶକ୍ତି’ ଓ ଘରେ ଘରେ ପଶିଲା ସୁଭଦ୍ରା ଜୁଆର । ଆଧାର କେନ୍ଦ୍ରକୁ ଯାଅ, ବ୍ୟାଙ୍କକୁ ଯାଅ, ବ୍ୟାଙ୍କ ଆକାଉଂଟକୁ ଡିବିଟିଏଲ୍‌ ସହିତ ସଂଯୋଗ କରାଅ, ସୁଭଦ୍ରା ଟଙ୍କା ଗ୍ରହଣ କର । ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଜନମତ ସୃଷ୍ଟି କରିବା ଓ ତାକୁ ସମାଧି ଦେବାର ଅନ୍ୟ ନାମ ହେଉଛି ଭଗବାନ ବିଷ୍ଣୁଙ୍କର ଧରାବତରଣ ।