ଭୁବନେଶ୍ୱର: ସବୁରି ମନକୁ ମୋହି ନେବା ଭଳି ହଳଦିଆ ରଙ୍ଗର ଧାତୁଟିଏ ଯାହାର ମୂଲ୍ୟ ଆଜି ୧୦ ଗ୍ରାମକୁ ୮୦ ହଜାର ୧୦୦ ଟଙ୍କା ।
ଆମେ ଭୁବନେଶ୍ୱର ବଜାରରେ ୨୨ କ୍ୟାରେଟ୍ ସୁନା ଦର କଥା ଊଲ୍ଲେଖ କରୁଛୁ । ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୮୭ ହଜାର ୩୮୦ ଟଙ୍କା ରଖାଯାଇଛି । ମାତ୍ର ଗୋଟିଏ ଦିନ ବ୍ୟବଧାନ ଭିତରେ ସୁନା ଦର ୭୦୦ ଟଙ୍କାରୁ ୭୬୦ ଟଙ୍କା ବୃଦ୍ଧି ପାଇବା ସୁନାର ଚାହିଦାକୁ ସୂଚାଉଛି । ସେହି ଅନୁସାରେ ଦେଖିଲେ, ରୂପା କିଲୋ ପିଛା ୧୦୦ ଟଙ୍କା କମିଯାଇଛି । ଭୁବନେଶ୍ୱର ବଜାରରେ ରୂପା କିଲୋ ଦାମ୍ ୯୬ ହଜାର ୯୦୦ ଟଙ୍କା ରହିଛି ।