ଚଣ୍ଡିଗଡ଼ ଯିବା ବାଟରେ କୃଷକଙ୍କୁ ଅଟକ

ଚଣ୍ଡିଗଡ଼: ବିଭିନ୍ନ ଦାବି ପୂରଣ ପ୍ରସଙ୍ଗରେ ସଂଯୁକ୍ତ କୃଷକ ମୋର୍ଚ୍ଚା ନେତୃତ୍ୱରେ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଏକ କୃଷକ ଶୋଭାଯାତ୍ରାକୁ ଚଣ୍ଡିଗଡ଼-ମୋହାଲି ସୀମା ଫାଟକ ନିକଟରେ ଅଟକାଇ ଦିଆଯାଇଛି । କୃଷକ ସଂଗଠନ ପକ୍ଷରୁ ଏକ ସପ୍ତାହ ଧରି ବିକ୍ଷୋଭ ସମାବେଶର ଆୟୋଜନ କରାଯାଇଥିଲା ।

କୃଷକ ସମାବେଶକୁ ଭଣ୍ଡୁର କରିବା ପାଇଁ ପୁଲିସକୁ ମୁତୟନ କରାଯାଇଛି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ଅଭିଯୋଗ କରିଛି । ସୂଚନାଯୋଗ୍ୟ, କୃଷକଙ୍କ ନ୍ୟାଯ୍ୟ ଅଧିକାର ପାଇଁ ଲଢେ଼ଇ କରି ଅନ୍ୟୁନ ୩୦ ଜଣ ଚାଷୀ ବଳିଦାନ କରିଛନ୍ତି । ସେମାନଙ୍କ ବଳିଦାନକୁ ସଂଯୁକ୍ତ କୃଷକ ସଂଗଠନ ସର୍ବଦା ସମ୍ମାନ ଦେଇ ଆସୁଥିବ ବୋଲି କିଛି କୃଷକ ନେତା କହିଛନ୍ତି ।