ଚାଇଁବସା: ବୁଧବାର ଦିନ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏକ ଶକ୍ତିଶାଳୀ ଡିଭାଇସ୍ ଫୁଟିବା ଫଳରେ ଅନ୍ୟୁନ ତିନିଜଣ ସିଆରପିଏଫ୍ ଯବାନ୍ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଆକାଶ ମାର୍ଗରେ ରାଂଚି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ମୁତାବକ, ମନୋହରପୁର ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲରେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଏକ ସିଆରପିଏଫ୍ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଚାଲିଥିବା ସମୟରେ ମାଟିରେ ପୋତା ଯାଇଥିବା ଶକ୍ତିଶାଳୀ ଡିଭାଇସ୍ ଫୁଟିଥିଲା । ସଂପୃକ୍ତ ଜଙ୍ଗଲରେ ଲୁଚି ରହିଥିବା କିଛି ନକ୍ସଲ ମାଟିତଳେ ଶକ୍ତିଶାଳୀ ଡିଭାଇସ୍ ପୋତି ଯବାନଙ୍କ ସର୍ଚ୍ଚ ଅପରେସନ୍କୁ ଭଣ୍ଡୁର କରିବାର ମସୁଧା କରିଥାଇପାରନ୍ତି ।