ଶ୍ରୀନଗର: ଜମ୍ମୁ-କଶ୍ମୀର ଉପତ୍ୟକାର ବାରମୂଳା ଜିଲ୍ଲା ଅନ୍ତର୍ଗତ କମଲକୋଟେ ସେକ୍ଟରରେ ଜନୈକ ସେନା ଯବାନ ଦୁର୍ଭାଗ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ।
ଯବାନଙ୍କ କାନ୍ଧରେ ଝୁଲୁଥିବା ବନ୍ଧୁକରୁ ଅକସ୍ମାତ ଗୁଳି ଫୁଟିଥିଲା । ଗୁଳିମାଡ଼ ଖାଇ ଯବାନ ଜଣକ ଗୁରୁତର ଆହତ ହୋଇଥିଲେ । ଗୁଳି ଫୁଟିବା ଶବ୍ଦ ଶୁଣି ଅନ୍ୟ ଯବାନମାନେ ଧାଇଁ ଆସିଥିଲେ । କାହାକୁ କିଛି କହିବା ପୂର୍ବରୁ ଆହତ ଯବାନଙ୍କ ଜୀବନ ଚାଲି ଯାଇଥିଲା । ମୃତ ଯବାନଙ୍କ ନାମ ନାଏକ ବିଟି ରାଓ (୨୫) । ତାଙ୍କ ଘର ଆନ୍ଧ୍ର ପ୍ରଦେଶ ।