ଜାଲିଆନାୱାଲାବାଗ ଗଣହତ୍ୟାକୁ ନିଖୁଣ କରିଛୁ: ରାମ ମାଧବାନୀ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ମାଧବାନୀ ବେଶ ମନଯୋଗ ଦେଇ ତିଆରି କରୁଛନ୍ତି ‘ୱେକିଂ ଅଫ୍‌ ନେସନ୍‌’ । ଇଂରେଜ ଶାସକଙ୍କ ଅମଳରେ ସଂଘଟିତ ଜାଲିଆନାୱାଲାବାଗ ଗଣହତ୍ୟାକୁ ଏକ ଭିନ୍ନ ଢଙ୍ଗରେ ତିଆରି କରି ଦର୍ଶକଙ୍କ ମନକୁ ବାନ୍ଧି ରଖିବାର ପ୍ରୟାସ ମାଧବାନୀଙ୍କ ପାଇଁ ଏକ ଚାଲେଂଜ ।

ମାଧବାନୀ କହିଛନ୍ତି, ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଗୌରବମୟ ଅଧ୍ୟାୟ ହେଉଛି ଜାଲିଆନାୱାଲାବାଗ ଗଣହତ୍ୟା । ଏହି ଗଣହତ୍ୟା ପଛରେ ଇଂରେଜ ସରକାରଙ୍କ ଷଡ଼ଯନ୍ତ୍ର ଓ ହଂଟର କମିଶନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଶତ୍ରୁଜିତ ନାଥ, ଶାନ୍ତନୁ ଶ୍ରୀବାସ୍ତବଙ୍କ ସହାୟତାରେ ଚଳଚ୍ଚିତ୍ରଟିର କାହାଣୀ ରଚନା କରିଛନ୍ତି ଖୋଦ୍‌ ମାଧବାନୀ ।