ଭୁବନେଶ୍ୱର: ଘରକୁ ଘର ବୁଲି ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ମହିଳାଙ୍କୁ ହିତାଧିକାରୀ ତାଲିକାଭୁକ୍ତ କରିବା ପାଇଁ ମୋହନ ସରକାର ଅଂଟା ଭିଡିଛନ୍ତି । ସେ ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯେ ଏ ଯାବତ୍ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଂଚି ସାରିଲାଣି ।
ହିତାଧିକାରୀଙ୍କ ସଂଖ୍ୟାକୁ ଏକକୋଟିରେ ପହଂଚାଇ ଇତିହାସ ରଚିବାର ସମୟକୁ ହାତଛଡ଼ା କରିବୁନି । ସୁଭଦ୍ରା ଯୋଜନାର ଫାଇଦା ଉଠାଇବା ପାଇଁ ଆବେଦନ କରିବାର ଅବଧିକୁ ମାର୍ଚ୍ଚ ୩୧ ତାରିଖ ଯାଏ ବଢ଼ାଇଛନ୍ତି ସରକାର । ସେହି ସମୟ ଭିତରେ ସରକାରୀ ଅଧିକାରୀମାନେ ଘରକୁ ଘର ଯାଇ ହିତାଧିକାରୀଙ୍କୁ ଯାଂଚ କରିବେ । ସୂଚନା ମୁତାବକ, ରାଜ୍ୟର ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାର ହିତାଧିକାରୀ ହେବାକୁ ଆବେଦନ କରିଛନ୍ତି । ସେମାନଙ୍କ ଭିତରୁ ୧ କୋଟି ୨୦ ହଜାର ମହିଳା ମାର୍ଚ୍ଚ ୬ ତାରିଖରେ ୫ମ କିସ୍ତି ଟଙ୍କା ପାଇବେ ।