ମୋହନ ସରକାରଙ୍କ ରଙ୍ଗ ରାଜନୀତି, ବଦଳିବ ବିଦ୍ୟାଳୟ ରଙ୍ଗ

ଭୁବନେଶ୍ୱର: ବିଜେପି ସରକାରଙ୍କ ରଙ୍ଗ ରାଜନୀତିରେ ଗେରୁଆ ରଙ୍ଗ ଧାରଣ କରିବ ଓଡ଼ିଶାର ସବୁ ବିଦ୍ୟାଳୟ । ସରକାରୀ ଅନୁଦାନ ଗ୍ରହଣ କରୁଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟ ରଙ୍ଗ ରାଜନୀତିରୁ ବାଦ୍‌ ପଡ଼ିବେନି । ବୁଧବାର ଦିନ ସଚିବାଳୟରୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ପଠାଇ ଦିଆଯାଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ ସରକାର ସବୁ ବିଦ୍ୟାଳୟ ପାଇଁ ନୂଆ ରଙ୍ଗ କୋଡ୍‌ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ତଦନୁସାରେ ଚିଠିରେ ନୂତନ ରଙ୍ଗ କୋଡ୍‌ ସଂପର୍କରେ ଜଣାଇ ଦିଆଯାଇଛି । ବିଦ୍ୟାଳୟର ବାହାର ଓ ଭିତର ପାଖ, କୋଉଠି କୋଉ ରଙ୍ଗ କେତେ ପରିମାଣରେ ଲଗାଯିବ, ସେ ସଂପର୍କରେ ବିସ୍ତୃତ ବିବରଣୀ ରହିଛି । ବିଦ୍ୟାଳୟ ମରାମତି, ନିର୍ମାଣ ଓ ନବୀକରଣ ଆଳରେ ରଙ୍ଗ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।