ଦିଲ୍ଲୀରେ ରହୁଥିଲେ ମହିଳା ନକ୍ସଲ, ଧରିଲା ପୁଲିସ

ନୂଆଦିଲ୍ଲୀ: ଏକାଧିକବାର ପୁଲିସ ସହିତ ବାଘବଜାରି ଖେଳିବା ପରେ ଜଣେ ମହିଳା ନକ୍ସଲ ଦିଲ୍ଲୀରେ ଛଦ୍ମ ପରିଚୟ ବଳରେ ରହୁଥିଲେ । ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଂଚ୍‌ ତାଙ୍କୁ ଠାବ କରିବାରେ ସଫଳ ହୋଇଛି । ମହିଳା ନକ୍ସଲଙ୍କ ବୟସ ୨୩ ବର୍ଷ ଓ ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ।

ସୂଚନା ମୁତାବକ, ଅଭିଯୁକ୍ତ ମହିଳା ପ୍ରାୟ ୫ ବର୍ଷ ଧରି କଠିନ ତାଲିମ ଗ୍ରହଣ କରିବା ପରେ ନକ୍ସଲ ସଂଗଠନର ଆଗଧାଡ଼ିରେ ଲଢ଼ିବାକୁ ସୁଯୋଗ ପାଇଥିଲେ । ଝାଡ଼ଖଣ୍ଡ ପୁଲିସ ସହିତ ପ୍ରାୟ ତିନିଥର ମୁହାଁମୁହିଁ ଲଢ଼ିଥିଲେ । ୨୦୧୮, ୨୦୧୯ ଓ ୨୦୨୦ ମସିହାର ଏନକାଉଂଟର ପରେ ବଣଜଙ୍ଗଲରେ ଲୁଚି ଲୁଚି ଯୁଦ୍ଧ କରିବାକୁ ଆଉ ପସନ୍ଦ କରି ନଥିଲେ ଅଭିଯୁକ୍ତ । ତେଣୁ କୌଣସି ମତେ ଦିଲ୍ଲୀ ଚାଲିଯାଇ ପିତମପୁରା ଅଂଚଳରେ ଜଣକ ଘରେ ଚାକରାଣୀ କାମ କରୁଥିଲେ । ଅଭିଯୁକ୍ତଙ୍କୁ ଧରିବା ପରେ ଦିଲ୍ଲୀ ପୁଲିସ ଆହୁରି କିଛି ତଥ୍ୟ ହାସଲ କରିବାକୁ ଉଦ୍ୟମ ଜାରି ରଖିଛି ।