ଏମିତି ଏକ ଦେଶ: ଭାରତୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ବ୍ୟାକୁଳ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଆମ ନଜରରେ ଏଭଳି ଏକ ଦେଶ ରହିଛି ଯୋଉଠି ଭାରତୀୟ ପର୍ଯ୍ୟଟକଙ୍କୁ ଦେବତା ଭଳି ଜ୍ଞାନ କରନ୍ତି ସେଠାକାର ଅଧିବାସୀ । ସେଠାକାର ଜନତାଙ୍କ ଦୃଷ୍ଟିରେ ଭାରତର ଜନତା ମହାନ । ସେହି ଦେଶ ସହିତ ପୃଥିବୀର ସର୍ବପୁରାତନ ସଭ୍ୟତା ପର୍ସିଆ ଜଡ଼ିତ । ଆମେ ତୈଳ ପ୍ରାଚୁର୍ଯ୍ୟଭରା ଦେଶ ଇରାନ ବିଷୟରେ କହୁଛୁ ।

ହାତରେ ମାତ୍ର ଏକ ହଜାର ଟଙ୍କା ଧରି ଆପଣ ଇରାନକୁ ଯାଇ ସେଠାରେ ବେଶ କିଛିଦିନ କଟାଇ ଆରାମରେ ସ୍ୱଦେଶ ଫେରିଆସିବେ । ଯୁକ୍ତରାଷ୍ଟ୍ର ଆମେରିକା ବାସନ୍ଦର ଶିକାର ହୋଇ ଇରାନ୍‌ ଏବେ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିଛି । ଇରାନ ସହ ଭାରତର ନିବିଡ଼ ସଂପର୍କ ରହିଛି । ଭାରତର ଗୋଟିଏ ଟଙ୍କାର  ବିନିମୟ ମୂଲ୍ୟ ଇରାନ୍‌ ମୁଦ୍ରା ତୁଳନାରେ ଢେର ଅଧିକ । ଆପଣଙ୍କ ହାତରେ ଚକ୍‌ ଚକ୍‌ କରୁଥିବା ଏକଟଙ୍କିଆ ମୁଦ୍ରାର ବଜାର ମୂଲ୍ୟ ଇରାନ୍‌ରେ ୪୮୧ ଟଙ୍କା । ପେଟ୍ରୋଲିୟମରେ ଧନୀ ଦେଶ ଇରାନ୍‌ ଏବେ ଘୋର ଆର୍ଥିକ ସଂକଟରେ ପଡ଼ିଛି ।

ଯୁକ୍ତରାଷ୍ଟ୍ର ଆମେରିକା ସହିତ ଭାରତର କୂଟନୈତିକ ସଂପର୍କ ବେଶ ଭଲ । ତଥାପି ଆନ୍ତର୍ଜାତିକ କଟକଣାକୁ ଏଡାଇ ଭାରତ ଇରାନକୁ ହାତଖୋଲି ସାହାଯ୍ୟ କରିପାରୁନି । ଆପଣମାନେ ଭାବୁଥିବେ, ଇରାନରେ ଦେଖିବା ଭଳି ଜିନିଷ କ’ଣ ସବୁ ଅଛି । ମାନବ ଇତିହାସର ପୁରାତନ ଐତିହାସିକ ପୀଠଗୁଡ଼ିକ ସେଠାରେ ଠିଆ ହୋଇ ଅତୀତର ଗୌରବକୁ ବଖାଣୁଛି । ଥରେ ସେଠାକୁ ଯାଆନ୍ତୁ, ସେହି ଅତୀତକୁ ପଢ଼ିବାକୁ ଚେଷ୍ଟା କରନ୍ତୁ ।