ଯେନତେନ ସରିଲା ମାଟ୍ରିକ ପରୀକ୍ଷା, ମେ’ ପ୍ରଥମ ସପ୍ତାହରେ ଫଳ

ଭୁବନେଶ୍ୱର: ରାଜ୍ୟରେ ସରିଯାଇଛି ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ଯାଇ ବିଜେପି ସରକାର ବହୁତ କିଛି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ । ଚାପମୁକ୍ତ ରହି ପରୀକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପରୀକ୍ଷାର୍ଥୀଙ୍କୁ ଉପଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କଥା ମାନି କେତେଜଣ ପିଲା ଚାପମୁକ୍ତ ରହି ପରୀକ୍ଷା ଦେଇଛନ୍ତି, ତା’ର ହିସାବ ପରୀକ୍ଷା ପରିଚାଳନା କମିଟି ଦେବ । ୧୯ ତାରିଖରୁ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୂଲ୍ୟାୟନ କାମରେ ପ୍ରାୟ ୨୦ ହଜାର ଶିକ୍ଷକ ଓ କର୍ମଚାରୀ ଯୋଗଦାନ କରିବେ । ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଛି । ଗୁରୁବାର ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ । ରାଜ୍ୟର ପ୍ରାୟ ୩୧୩ ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପିଲା ମାଟ୍ରିକ ପରୀକ୍ଷା ଦେଇଛନ୍ତି ।