ଅନରାରୀ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାର୍ବାଡୋସ୍’ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ବାଡୋସର ସରକାର ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ୧୪୦ କୋଟି ଭାରତୀୟ ଏବଂ ଭାରତ ଓ ବାର୍ବାଡୋସ୍ ମଧ୍ୟରେ ଥିବା ଗୁଢ଼ ସମ୍ପର୍କ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଏହି ସମ୍ମାନ ପାଇଁ ବାର୍ବାଡୋସ ସରକାର ଏବଂ ଜନସାଧାରଣଙ୍କ ନିକଟରେ କୃତଜ୍ଞ । ୧୪୦ କୋଟି ଭାରତୀୟ ଏବଂ ଭାରତ ଓ ବାର୍ବାଡୋସ୍ ମଧ୍ୟରେ ଥିବା ଗୁଢ଼ ସମ୍ପର୍କ ଉଦେ୍ଦଶ୍ୟରେ ଏହି ସମ୍ମାନକୁ ଉତ୍ସର୍ଗ କରୁଛି ।”