ଏଆଇର ଭୂମିକା ଉପରେ ଏକ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁରଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି, ଯାହା ମହିଳାମାନଙ୍କୁ ସଶକ୍ତ କରିବାରେ କୃତ୍ତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଭୂମିକା ଉପରେ ଆଧାରିତ । ଶ୍ରୀ ମୋଦୀ କହିଛନ୍ତି “ଏଆଇ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବା ସହିତ ନୂତନ ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ ।”

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି:

“ମହିଳା ଏବଂ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ସାବିତ୍ରୀ ଠାକୁର ଆମ ଦେଶର ମାଆ, ଭଉଣୀ ଏବଂ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ଏଆଇର ଭୂମିକା ଉପରେ ଗୁରୁତ୍ୱ ଦେଇ ଲେଖିଛନ୍ତି ଯେ, ଏହା ସେମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବା ସହିତ ନୂତନ ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ସହାୟକ ହେବ । ଆମ ନାରୀଶକ୍ତିକୁ ସମର୍ପିତ ତାଙ୍କର ଏହି ଆଲେଖ୍ୟ ପଢ଼ନ୍ତୁ