ଗାନ୍ଧୀନଗର: ବିଗତ ୨ ବର୍ଷ ଭିତରେ ଗୁଜୁରାଟରେ ୧୭ ହଜାରରୁ ଅଧିକ ଜିଏସ୍ଟି ଠକେଇ ମାମଲା ରୁଜୁ କରାଯାଇଥିବା ବିଷୟ ଜଣାପଡ଼ିଛି । ସୋମବାର ଦିନ ଗୁଜୁରାଟ ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ କାନୁଭାଇ ଦେଶାଇ ଏକ ପ୍ରଶ୍ନର ଜବାବରେ ଏହି ତଥ୍ୟ ପ୍ରଦାନ କରିଥିଲେ ।
ମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୨୫ ଜାନୁଆରୀ ସୁଦ୍ଧା ପ୍ରାୟ ୧୭ ହଜାର ୧୯୧ ଜିଏସ୍ଟି ଠକେଇ ମାମଲା ସରକାରଙ୍କ ଦୃଷ୍ଟିକୁ ଆସିଛି ଯୋଉଥିରେ ଠକେଇ ପରିମାଣ ୨୦୪୩.୫୯ କୋଟି ଟଙ୍କା । ବିଧାନସଭାରେ ପ୍ରଶ୍ନକାଳ ଚାଲିଥିବା ସମୟରେ କଂଗ୍ରେସ ବିଧାୟକ ଇମ୍ରାନ୍ ଖେଡ଼ାୱାଲାଙ୍କ ଟିକସ ଠକେଇ ସଂପର୍କୀତ ଜବାବ ଲୋଡ଼ିଥିଲେ ।