ବେଙ୍ଗାଲୁରୁ: ଚୋରାଇ ଲୁଚାଇ ସୁନା ଚାଲାଣ କରୁଥିବା ଅଭିଯୋଗରେ ଫସି ଅଭିନେତ୍ରୀ ରାନ୍ୟା ରାଓ ସୋମବାର ଦିନଠାରୁ ୧୪ ଦିନ ପାଇଁ ବିଚାର ବିଭାଗ ହାଜତକୁ ଯାଇଛନ୍ତି ।
ଆର୍ଥିକ ଅପରାଧ ମାମଲାର ବିଚାର ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର କୋର୍ଟରେ ଅଭିଯୁକ୍ତ ରାନ୍ୟାଙ୍କୁ ହାଜର କରାଯାଇଥିଲା । ରାଜସ୍ୱ ବିଭାଗର ଇଂଟେଲିଜେନ୍ସ ଅଧିକାରୀମାନେ ଅଭିନେତ୍ରୀ ରାନ୍ୟାଙ୍କୁ ପ୍ରାୟ ୩ ଦିନ ଧରି ଜେରା କରିଥିଲେ ।