ବେଙ୍ଗାଲୁରୁ: ‘୨୦୩୬ ଅଲିମ୍ପିକରୁ ବିରାଟ କିଛି ଆଶା କରୁଛ ତ ତୃଣମୂଳ ସ୍ତରରେ ପୁଞ୍ଜି ଖଟାଇବାକୁ ପଡ଼ିବ । ବିନା ଟଙ୍କାରେ ଅଲିମ୍ପିକରେ ବିରାଟ ବାଜି ମାରିବା ଅସମ୍ଭବ ।’
ଏପରି ପରାମର୍ଶ ଦେଇଛନ୍ତି ଅଲିମ୍ପିକ୍ ବିଜେତା ୩୬ ବର୍ଷୀୟ ପି ଶ୍ରୀଜେଶ । ପ୍ୟାରିସ୍ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଶ୍ରୀଜେଶ କହିଛନ୍ତି, ତୃଣମୂଳ ସ୍ତରରୁ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଦିଆଗଲେ, ଭାରତର ଅଲିମ୍ପିକ୍ ଅଭିଯାନ ସାକାର ହୋଇପାରିବ ।
କ୍ରିକେଟ୍ ଭଳି ଅନ୍ୟ କ୍ରୀଡ଼ାକୁ ଉଦ୍ୟୋଗପତିଙ୍କ ଶୁଭଦୃଷ୍ଟିର ଆବଶ୍ୟକତା ରହିଛି । ସରକାରଙ୍କ କ୍ରୀଡ଼ା ବିକାଶ ମାନସିକତା ନିରପେକ୍ଷ ରହିବା ଜରୁରୀ । ହାତଗଣତି କ୍ରୀଡ଼ାକ୍ଷେତ୍ରକୁ ଶୁଭଦୃଷ୍ଟି ପକାଇବା ସରକାରଙ୍କ ଦୂରଦୃଷ୍ଟି କହିବା ଆଦୌ ସମୀଚୀନ ନୁହେଁ ।