ସ୍କୁଲ ଫି’ ଉପରେ ଆମର କୌଣସି କର୍ତ୍ତୃତ୍ୱ ନାହିଁ: ରାଜ୍ୟ ସରକାର-shkasi news

କଟକ(ଏସ୍ ନ୍ୟୁଜ ): ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନ ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର। ସ୍କୁଲ ଫି’ ଉପରେ କୌଣସି କର୍ତ୍ତୃତ୍ୱ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି ରାଜ୍ୟ ସରକାର। ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ଆମର ପଲିସି ନାହିଁ କହିଲେ ସରକାର।

ରାଜ୍ୟ ସରକାରଙ୍କୁ ଘରୋଇ ସ୍କୁଲ ଗୁଡିକର ଫି’ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ କଣ ନିୟନ୍ତ୍ରଣ ରହିଛି ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଯାହାର ଉତ୍ତର ଆଜି ରଖିଛନ୍ତି ସରକାର। ଫି ବୃଦ୍ଧି ପ୍ରସଙ୍ଗରେ ନିଜ ଆଡୁ ଅଦାଲତ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାର ପୂର୍ବରୁ ଯୁକ୍ତି ବାଢ଼ିଥିଲେ।

ତେବେ ପଞ୍ଜାବ ଓ ହରିୟାଣା ଭଳି ପଲିସି କାହିଁକି ହେଉନି ବୋଲି ହାଇକୋର୍ଟ ପଚାରିଥିବା ଅଭିଵାବକ ସଂଘର ଓକିଲ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଧାର୍ଯ୍ୟ କରାଯାଇଛି।