୫-ଟି ସଚିବଙ୍କ ଏକାମ୍ର କ୍ଷେତ୍ର ପ୍ରକଳ୍ପ ସମୀକ୍ଷା-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ସୋମବାର ସକାଳେ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ଏକାମ୍ର ଅଞ୍ଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କ ସହିତ ଏହାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି।

ଏକାମ୍ର ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ସମ୍ପୃକ୍ତ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବିକଳ୍ପ ରାସ୍ତା ନିର୍ମାଣ ଓ ଭଙ୍ଗାରୁଜା ଆବର୍ଜନା ସଫେଇ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହି ସମୟରେ ପୂର୍ତ୍ତବିଭାଗ ସଚିବ କିଷନ୍‌ କୁମାର, ବିଏମ୍‌ସି କମିସନର୍‌ ପ୍ରେମ୍‌ ଚନ୍ଦ୍ର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେଠାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଡିସେମ୍ବର ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ଓ ଏହାର ସନ୍ନିକଟସ୍ଥ ଅଂଚଳ ପରିଦର୍ଶନ କରି ଏକାମ୍ର କ୍ଷେତ୍ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କରିଥିଲେ।