Religious Beliefs : ବସିଥିଲା ବେଳେ ଗୋଡ଼ ହଲାଉଛନ୍ତି କି? ମା’ ଲକ୍ଷ୍ମୀଙ୍କ କୋପରୁ କାଙ୍ଗାଳ ହୋଇଯିବ

Religious Beliefs ବସିଥିଲା ବେଳେ ଗୋଡ଼ ହଲାଉଛନ୍ତି କି? ମା’ ଲକ୍ଷ୍ମୀଙ୍କ କୋପରୁ କାଙ୍ଗାଳ ହୋଇଯିବ । କିଛି ଲୋକ ପୂଜାପାଠ କରୁଥିବା ସମୟରେ ଗୋଡ଼ ହଲାଇବା ଗୁଣଟାକୁ ଛାଡ଼ି ପାରନ୍ତି ନାହିଁ । ଏମିତି ଲୋକ ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କ ନିକଟରେ ଟଙ୍କା ରହେନା । ପାଣି ପରି କୁଆଡେ ବହିଯାଏ । ପୂଜାପାଠ ସମୟରେ ଗୋଡ଼ ହଲାଇବା ଫଳରେ ଭଗବାନ ଅପମାନ ମନେକରନ୍ତି । ପୂଜାର୍ଚ୍ଚନାର କୌଣସି ସୁଫଳ ମିଳେନା ।

ଚଉକିରେ ବସିଥିଲା ବେଳେ ଗୋଡ଼ ହଲାଇବା ଆଦୌ ଭଲ ଅଭ୍ୟାସ ନୁହେଁ…

ଆପଣ ଏଭଳି କରୁଥିଲେ ଛାଡ଼ିବାକୁ ଚେଷ୍ଟା କରନ୍ତୁ । ସାଧୁସନ୍ଥମାନେ କହନ୍ତି, ବସିବା ସମୟରେ ଗୋଡ଼ ହଲାଇଲେ ମା’ ମହାଲକ୍ଷ୍ମୀ କ୍ଷୋଭ ପ୍ରକାଶ କରନ୍ତି । ଫଳରେ ଆର୍ଥିକ ସଂକଟ, ମାନସିକ ଚିନ୍ତା ଗ୍ରାସ କରେ । ଆପଣଙ୍କ ସଫଳତାର ବାଟ ବନ୍ଦ ହୋଇଯାଏ । ହାତ ପାଆନ୍ତାକୁ ଆସୁଥିବା ଦ୍ରବ୍ୟ ହାତରୁ ଖସିଯାଏ ।

ଜ୍ୟୋତିଷଙ୍କ ମତରେ ଯୋଉମାନଙ୍କ ଜାତକରେ ଚନ୍ଦ୍ର ଦୁର୍ବଳ ଅବସ୍ଥାରେ ରହିଥାନ୍ତି, ସେହି ଜାତକ ବସିଥିଲା ବେଳେ ଗୋଡ଼ ହଲାଇଥାନ୍ତି । ଚନ୍ଦ୍ର ଦୁର୍ବଳ ହେଲେ ମା’ ମହାଲକ୍ଷ୍ମୀଙ୍କ କୋପ ଦୃଷ୍ଟିର ପ୍ରଭାବ କାରଣରୁ ଜାତକକୁ ବିଫଳତାର ସାମ୍ନା କରିବାକୁ ପଡ଼ିଥାଏ । ଦାରିଦ୍ର୍ୟ କଷଣ, ଶତ୍ରୁଭୟ, ରୋଗକଷ୍ଟ ଭୋଗିବାକୁ ପଡ଼ିଥାଏ ।