ଦ୍ରଷ୍ଟା- ଦୃଶ୍ୟ ବିବେକ

ଏହି ଶରୀର ଦୃଶ୍ୟ, ଏହାକୁ ନେତ୍ର ଦେଖେ। ଏହିପରି ଶବ୍ଦ, ସ୍ପର୍ଶ, ରୂପ ଆଦି ପାଞ୍ଚ ବିଷୟ ହେଉଛି ଦୃଶ୍ୟ ଓ ଏହି ବିଷୟ ମାନଙ୍କର ଦ୍ରଷ୍ଟା ହେଲେ ଶ୍ରୋତ୍ର, ତ୍ୱଚା, ନେତ୍ର ଆଦି ପାଞ୍ଚ ଜ୍ଞାନେନ୍ଦ୍ରିୟ। ପୁଣି ଏହି ପାଞ୍ଚ ଜ୍ଞାନେନ୍ଦ୍ରିୟ ମଧ୍ଯ ଦୃଶ୍ୟ ହୋଇଯାଆନ୍ତି କାରଣ ମନ ଏମାନଙ୍କଠାରେ ଆସୁଥିବା ପଟୁତା, ମନ୍ଦତା, ଅନ୍ଧତା ଇତ୍ୟାଦି ବିକାରକୁ ଜାଣେ ତେଣୁ ମନ ଏମାନଙ୍କର ଦ୍ରଷ୍ଟା। ମନର ବିକାର କାମ-କ୍ରୋଧ, ଚଞ୍ଚଳ- ଶାନ୍ତ, ସୁଖ- ଦୁଃଖକୁ ବୁଦ୍ଧି ଜାଣେ, ତେଣୁ ମନର ଦ୍ରଷ୍ଟା ବୁଦ୍ଧି ହୋଇଯାଏ।

ବୁଦ୍ଧିର ଦୋଷକୁ ସ୍ୱୟଂ ଜୀବାତ୍ମା ଜାଣୁଛି। ଏଣୁ ବୁଦ୍ଧିର ଦ୍ରଷ୍ଟା ଜୀବାତ୍ମା ହୋଇଯାଏ। କିନ୍ତୁ ଜୀଵାତ୍ମାରେ କୌଣସି ବିକାର ହୁଏ ହିଁ ନାହିଁ। ଈଶ୍ବର ଅଂଶ ଜୀବ ଅବିନାଶୀ, ଚେତନ ଅମଳ ସହଜ ସୁଖ ରାଶି। ତେଣୁ ସେ କେବେ କାହାର ଦୃଶ୍ୟ ହୁଏନାହିଁ ବରଂ ସଦା ସର୍ବଦା ସବୁର ଦ୍ରଷ୍ଟା ରହିଥାଏ।

ଇନ୍ଦ୍ରିୟମାନେ ବିଷୟକୁ ଜାଣନ୍ତି କିନ୍ତୁ ବିଷୟ ଇନ୍ଦ୍ରିୟକୁ ଜାଣନ୍ତି ନାହିଁ। ମନ ଇନ୍ଦ୍ରିୟ ଓ ବିଷୟକୁ ଜାଣେ କିନ୍ତୁ ଇନ୍ଦ୍ରିୟ ଓ ବିଷୟ ମନକୁ ଜାଣିପାରନ୍ତି ନାହିଁ। ବୁଦ୍ଧି ମନ, ଇନ୍ଦ୍ରିୟ ଓ ବିଷୟକୁ ଜାଣେ କିନ୍ତୁ ମନ, ଇନ୍ଦ୍ରିୟ ଓ ବିଷୟ ବୁଦ୍ଧିକୁ ଜାଣିପାରନ୍ତି ନାହିଁ। ଜୀବାତ୍ମା ମନ, ଇନ୍ଦ୍ରିୟ, ବିଷୟ ତଥା ବୁଦ୍ଧିକୁ ଜାଣେ କିନ୍ତୁ ଜୀଵାତ୍ମାକୁ ମନ, ଇନ୍ଦ୍ରିୟ, ବିଷୟ ତଥା ବୁଦ୍ଧି ଜାଣନ୍ତି ନାହିଁ। ଆତ୍ମା ଦ୍ୱାରା ଜୀବ ବୁଦ୍ଧି, ମନ, ଇନ୍ଦ୍ରିୟ ତଥା ବିଷୟଗୁଡ଼ିକୁ ଜାଣେ କିନ୍ତୁ ଜୀବ, ବୁଦ୍ଧି, ମନ, ଇନ୍ଦ୍ରିୟ ଆତ୍ମାକୁ ଜାଣି ପାରିବେ ନାହିଁ କାରଣ ଆତ୍ମା ଅତି ସୁକ୍ଷ୍ମ ଓ ଶ୍ରେଷ୍ଠ ହୋଇଥିବାରୁ ନିରପେକ୍ଷ ଦ୍ରଷ୍ଟା ଅର୍ଥାତ ଅନ୍ୟ କାହାରି ସହାୟତା ବିନା ନିଜେ ହିଁ ସେ ଦେଖିବାବାଲା।

ଜଡ଼ ଇନ୍ଦ୍ରିୟ, ମନ, ବୁଦ୍ଧି ବିନା ଜୀଵାତ୍ମାରେ କାହାକୁ ଜାଣିପାରନ୍ତି ନାହିଁ କାରଣ ଏଗୁଡିକ ସବୁ ଜଡ଼ ପ୍ରକୃତିର କାର୍ଯ୍ୟ ହୋଇଥିବାରୁ ସ୍ୱତନ୍ତ୍ର ଦ୍ରଷ୍ଟା, ଜ୍ଞାତା ନୁହନ୍ତି। ଏଣୁ ସାଧକକୁ ଜାଣିବା ଆବଶ୍ୟକ ଯେ ମୁଁ ଦୃଶ୍ୟ ଶରୀର ନୁହେଁ ବରଂ ଏହି ଦୃଶ୍ୟ କ୍ଷେତ୍ର ଶରୀରକୁ ଜାଣିବାବାଲା କ୍ଷେତ୍ରଜ୍ଞ, ଦ୍ରଷ୍ଟା, ଚେତନ ଆତ୍ମା।

ଯେପରି ଧନରେ ଅଭିମାନ କଲେ ଧନୀ କୁହାଯାଏ, ଧନ ନ ଥିଲେ ଧନୀ କହିବା ନାହିଁ, କିନ୍ତୁ ଧନ ନ ଥିଲେ ମଧ୍ୟ ବ୍ୟକ୍ତି ତ ରହିଥାଏ। ସେହିପରି କ୍ଷେତ୍ରରେ ଅହଂ ବୁଦ୍ଧି ଦ୍ୱାରା କ୍ଷେତ୍ରଜ୍ଞ କୁହାଯାଏ। କ୍ଷେତ୍ରରେ ଅହଂ ବୁଦ୍ଧି ନ କଲେ ସେ କ୍ଷେତ୍ରଜ୍ଞ ରହିବ ନାହିଁ କିନ୍ତୁ ଚେତନ ଜୀଵାତ୍ମା ତ ରହିଥିବ।
“ବିଷୟ କରଣ ସୁର ଜୀବ ସମେତା, ସକଳ ଏକ ତେ ଏକ ସଚେତା। ସବକର ପରମ ପ୍ରକାଶକ ଜୋଇ, ରାମ ଅନାଦି ଅବଧ ପତି ସୋଇ..