ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଦିବସ ଅବସରରେ ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନଙ୍କର ସଠିକତା ଏବଂ ବିଶେଜ୍ଞତା ପ୍ରତ୍ୟେକ ସଂଗଠନ ପାଇଁ ଜରୁରୀ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି; “ସମସ୍ତ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସିଏ ଦିବସର ଅନେକ ଶୁଭକାମନା! ସେମାନଙ୍କର ସଠିକତା ଏବଂ ବିଶେଜ୍ଞତା ପ୍ରତ୍ୟେକ ସଂଗଠନ ପାଇଁ ଅତ୍ୟାବଶ୍ୟକ । ଅନୁପାଳନ ଏବଂ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇ ସେମାନେ ଏକ ସୁସ୍ଥ ଅର୍ଥନୀତିରେ ଯୋଗଦାନ ଦେଇଥାନ୍ତି । ସଫଳ କର୍ପୋରେସନଗୁଡିକୁ ପୋଷଣ କରିବାରେ ସେମାନଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ ।”