କେନ୍ଦ୍ର କ୍ୟାବିନେଟ୍ ତାମିଲନାଡୁରେ ୪ – ଲେନ୍ ପରମକୁଡି – ରାମନାଥପୁରମ୍ ସେକ୍ସନ୍ (୪୬.୭ କିଲୋମିଟର) ନିର୍ମାଣକୁ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପଟି ୧୮୫୩ କୋଟି ଟଙ୍କା ମୋଟ ପୁଞ୍ଜି ବ୍ୟୟରେ ହାଇବ୍ରିଡ୍ ଆନୁଇଟି ମୋଡ୍ (ଏଚଏଏମ) ରେ ବିକଶିତ ହେବ ।
ବର୍ତ୍ତମାନ, ମଦୁରାଇ, ପରମକୁଡି, ରାମନାଥପୁରମ୍, ମଣ୍ଡପମ୍, ରାମେଶ୍ୱରମ୍ ଏବଂ ଧନୁଷକୋଡି ମଧ୍ୟରେ ସଂଯୋଗୀକରଣ ପୂର୍ବରୁ ଥିବା ୨- ଲେନ୍ ଜାତୀୟ ରାଜପଥ ୮୭ (ଏନଏଚ୍ – ୮୭) ଏବଂ ସମ୍ପୃକ୍ତ ରାଜ୍ୟ ରାଜପଥ ଉପରେ ନିର୍ଭରଶୀଳ, ଯେଉଁ ଠାରେ ଅଧିକ ଟ୍ରାଫିକ୍ ଯୋଗୁଁ ବହୁତ ଅଧିକ ଭିଡ଼ ଅନୁଭୂତ ହୋଇଥାଏ, ବିଶେଷ କରି କରିଡର ସହିତ ଘନ ଜନବହୁଳ ସ୍ଥାନ ଏବଂ ପ୍ରମୁଖ ସହରରେ ଅଧିକ ଭିଡ ଦେଖିବାକୁ ମିଳେ । ଏହି ଭଳି ଆହ୍ଵାନର ମୁକାବିଲା ପାଇଁ, ପ୍ରକଳ୍ପ ପରମକୁଡିରୁ ରାମନାଥପୁରମ ପର୍ଯ୍ୟନ୍ତ ପ୍ରାୟ ୪୬.୭ କିଲୋମିଟର ଏନଏଚ୍ – ୮୭ କୁ ୪ – ଲେନ୍ ବିନ୍ୟାସରେ ଉନ୍ନତ କରିବ । ଏହା ପୂର୍ବରୁ ରହିଥିବା ଏହି କରିଡରରେ ଭିଡକୁ କମ୍ କରିବ, ସୁରକ୍ଷାରେ ଉନ୍ନତି ଆଣିବ ଏବଂ ପରମକୁଡି, ସଥିରାକୁଡି, ଅଚୁନ୍ଦନଭୟାଲ ଏବଂ ରାମନାଥପୁରମ ଭଳି ଦ୍ରୁତ ଗତିରେ ବଢ଼ୁଥିବା ସହରଗୁଡ଼ିକର ଗତିଶୀଳ ଆବଶ୍ୟକତାକୁ ପୂରଣ କରିବ ।
ପ୍ରକଳ୍ପ ସଂରଚନା ୫ଟି ପ୍ରମୁଖ ଜାତୀୟ ରାଜପଥ (ଏନଏଚ୍ – ୩୮, ଏନଏଚ୍- ୮୫, ଏନଏଚ୍ – ୩୬, ଏନଏଚ୍ – ୫୩୬, ଏବଂ ଏନଏଚ୍ – ୩୨) ଏବଂ ୩ଟି ରାଜ୍ୟ ରାଜପଥ (ଏସଏଚ୍ – ୪୭, ଏସଏଚ୍ – ୨୯, ଏସଏଚ୍ – ୩୪) ସହିତ ସମନ୍ୱିତ ହୋଇଛି, ଯାହା ଦକ୍ଷିଣ ତାମିଲନାଡୁର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ଲଜିଷ୍ଟିକ୍ସ ନୋଡଗୁଡ଼ିକୁ ନିର୍ବିଘ୍ନ ସଂଯୋଗ ପ୍ରଦାନ କରିଥାଏ । ଏହା ସହିତ, ଅପଗ୍ରେଡ୍ କରିଡର ୨ଟି ପ୍ରମୁଖ ରେଳ ଷ୍ଟେସନ (ମଦୁରାଇ ଏବଂ ରାମେଶ୍ୱରମ୍), ଗୋଟିଏ ବିମାନବନ୍ଦର (ମଦୁରାଇ), ଏବଂ ୨ଟି କ୍ଷୁଦ୍ର ବନ୍ଦର (ପମ୍ବନ ଏବଂ ରାମେଶ୍ୱରମ୍) ସହିତ ସଂଯୋଗ କରି ମଲ୍ଟି- ମୋଡାଲ୍ ସମନ୍ୱୟକୁ ବୃଦ୍ଧି କରିବ, ଯାହା ଦ୍ୱାରା ସମଗ୍ର ଅଞ୍ଚଳରେ ସାମଗ୍ରୀ ଏବଂ ଯାତ୍ରୀମାନଙ୍କର ଗମନାଗମନ ଦ୍ରୁତ ଗତିରେ ହୋଇପାରିବ ।
ଏହା ସମ୍ପୂର୍ଣ୍ଣ ହେବା ପରେ, ପରମକୁଡି- ରାମନାଥପୁରମ ସେକ୍ସନ କ୍ଷେତ୍ରୀୟ ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ତ୍ଵପୂର୍ଣ ଭୂମିକା ନିର୍ବାହ କରିବ, ପ୍ରମୁଖ ଧାର୍ମିକ ଏବଂ ଆର୍ଥିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବା, ରାମେଶ୍ୱରମ ଏବଂ ଧନୁଷକୋଡିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ବାଣିଜ୍ୟ ଏବଂ ଶିଳ୍ପ ବିକାଶ ପାଇଁ ନୂତନ ରାସ୍ତା ଖୋଲିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପ୍ରକଳ୍ପ ପ୍ରତ୍ୟକ୍ଷ ଭାବେ ପ୍ରାୟ 8.4 ଲକ୍ଷ ବ୍ୟକ୍ତି-ଦିବସ ନିଯୁକ୍ତି ଏବଂ ପରୋକ୍ଷ ଭାବରେ 10.45 ଲକ୍ଷ ବ୍ୟକ୍ତି -ଦିବସ ନିଯୁକ୍ତି ସୃଷ୍ଟି କରିବ, ଏବଂ ଆଖପାଖ ଅଞ୍ଚଳରେ ଅଭିବୃଦ୍ଧି, ବିକାଶ ଏବଂ ସମୃଦ୍ଧିର ନୂତନ ରାସ୍ତା ଖୋଲିବ ।