ମୁମ୍ବାଇ: ମୁମ୍ବାଇର ଜଣେ ଡାକ୍ତର ଅଟଳ ସେତୁ ଉପରୁ ତଳକୁ ଡେଇଁ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ସୋମବାର ରାତିରେ ଏହି ଦୁଃଖଦ ଘଟଣାଟି ଘଟିଥିବା ସଂପର୍କରେ ପୁଲିସ ସୂଚନା ପ୍ରଦାନ କରିଛି । ସେତୁ ଉପରୁ ଡାକ୍ତରଙ୍କ କାର ଓ ଆଇଫୋନ୍ ଉଦ୍ଧାର କରିଛି ପୁଲିସ । ମୁମ୍ବାଇ ଲେନ୍ ନିକଟରୁ ପ୍ରାୟ ୧୨ କିମି ଭିତରକୁ ଯାଇ ଡାକ୍ତରଜଣକ ସମୁଦ୍ର ଭିତରକୁ ଡେଇଁ ପଡ଼ିଥିବାର ଦୃଶ୍ୟ ସିସିଟିଭି ଫୁଟେଜରୁ ଜଣାପଡ଼ିଛି ।
ମୃତ ଡାକ୍ତରଙ୍କ ନାମ ଓମ୍କାର କବିତକେ, ସେ ନାଭି ମୁମ୍ବାଇର କଲମବୋଲି ଅଂଚଳର ସେକ୍ଟର ୨୦ରେ ତାଙ୍କ ମା’ଙ୍କ ସହିତ ବସବାସ କରୁଥିଲେ । ପ୍ରାଣ ହରାଇଥିବା ଡାକ୍ତର କିଛିଦିନ ଧରି ନିଖୋଜ ଥିବା ସଂପର୍କୀତ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା ।