ଚମ୍ପୁଆ ସ୍ଥିତ କେରଳା ଇଂରାଜୀ ମିଡିୟମ ସ୍କୁଲରେ ଅଘଟଣ । ଚାରି ମହଲା ହଷ୍ଟେଲ ବିଲଡିଂରୁ ଡେଇଁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସକାଳ ପାଞ୍ଚଟା ବେଳେ ଘଟିଥିଲା ଏ ଘଟଣା । ଖବର ପାଇଁ ଚମ୍ପୁଆ ପୋଲିସ ଓ ଚମ୍ପୁଆ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ପାଇ ଛାତ୍ରର ଘର ଲୋକ ଚମ୍ପୁଆରେ ପହଞ୍ଚିଛନ୍ତି ।ଛାତ୍ରଙ୍କ ଘର ଝାଡଖଣ୍ଡର ଖରସୁଆରେ ବୋଲି ଜଣାପଡିଛି।