ବେଙ୍ଗାଲୁରୁ: ଏକାଧିକ ଅପରାଧରେ ଜଡ଼ିତ ଜଣେ ବ୍ୟକ୍ତି ନିଜ ଘର ଆଗରେ ଚଲାବୁଲା କରୁଥିଲେ । ଅଚାନକ ଗୋଟିଏ କାର ଆସି ତାଙ୍କ ନିକଟରେ ବ୍ରେକ୍ କଷିଲା । ଚାହୁଁ ଚାହୁଁ ଗାଡ଼ି ଭିତରୁ ଚାରି ପାଂଚ ଜଣ ଲୋକ ବାହାରକୁ ଆସିଲେ । ସେମାନଙ୍କ ହାତରେ ଧାରୁଆ ଅସ୍ତ୍ର ଚିକ୍ ଚିକ୍ କରୁଥିଲା । କାଳବିଳମ୍ବ ନକରି ସେମାନେ ଅପରାଧ ଅଭିଯୁକ୍ତ ଉପରକୁ କୁଦି ପଡ଼ିଲେ ।
ମାତ୍ର କେଇ ମିନିଟ୍ ଭିତରେ ବ୍ୟକ୍ତିଜଣକ ଲହୁଲୁହାଣ ହୋଇ ତଳେ ପଡ଼ିଗଲେ । ଆକ୍ରମଣକାରୀଙ୍କ ଆଖିରେ ସେ ପର୍ଯ୍ୟନ୍ତ ନିଆଁ ଜଳୁଥିଲା । ସେମାନେ ବିଭତ୍ସ କରି କ୍ଷତାକ୍ତ ଲୋକଟିକୁ କାଟି ପକାଇଲେ ।
ଲୋକଟିର ଜୀବନ ଚାଲିଗଲା । ତାଙ୍କ ପେଟରୁ ଅନ୍ତବୁଜୁଳା ବାହାରି ଆସିଥିଲା । ଖପୁରୀ ଭିତରୁ ବ୍ରେନ୍ଟି ବାହାରକୁ ଦିଶୁଥିଲା । ଛାତି ବିଦୀର୍ଣ୍ଣ ହୋଇଯାଇଥିଲା ।
ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ପଳାୟନ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା । ପୁଲିସ ମୃତଦେହକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଘଟଣାଟି ବେଙ୍ଗାଲୁରୁସ୍ଥିତ ହାଲାସୁରୁ ଅନ୍ତର୍ଗତ ୱାର୍ ମେମୋରିଆଲ୍ ସର୍କଲ ନିକଟରେ ଘଟିଥିଲା । ମୃତକଙ୍କ ନାମ ଶିବ କୁମାର ।