ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଧର୍ମେନ୍ଦ୍ର ପ୍ରଧାନ!

ଅଗଷ୍ଟ ୧୫ ତାରିଖ ସୁଦ୍ଧା ବିଜେପିକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିଯିବାର ସମ୍ଭାବନା ରହିଛି । ଜେପି ନଡ୍ଡାଙ୍କୁ ପୁଣି ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବାକୁ ରାଷ୍ଟ୍ରୀୟ ସଂଘ ପରିବାର ରାଜି ନୁହେଁ । ମାତ୍ର ନଡ୍ଡାଙ୍କୁ ପୁଣି ଥରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ସପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ଯଦି ନଡ୍ଡାଙ୍କୁ ଅଧ୍ୟକ୍ଷ ପଦବୀ ନମିଳେ ? ତେବେ କାହାକୁ ଅଧ୍ୟକ୍ଷ କରାଯିବ ?

ତାଲିକାର ପ୍ରଥମରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦ୍ୱିତୀୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ଯାଦବଙ୍କ ସହିତ ଅମିତ ଶାହଙ୍କ ସଂପର୍କ ଅତି ନିବିଡ଼ । ତୃତୀୟ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଚତୁର୍ଥ ସ୍ଥାନରେ ଅଛନ୍ତି ମନୋହର ଲାଲ ଖଟ୍ଟର । ୫ମ ସ୍ଥାନରେ ଅଛନ୍ତି ବିଜେପିର ବରିଷ୍ଠ ନେତା ବିଡି ଶର୍ମା । ବିଜେପି କର୍ମୀ ମହଲରେ ଶ୍ରୀ ଶର୍ମାଙ୍କ ଦବଦବା ରହିଛି ।

ବିଜେପି ସଂଗଠନକୁ ପ୍ରତି ରାଜ୍ୟରେ ମଜଭୁତ କରିବାର ଦକ୍ଷତା ଯୋଉ ନେତାଙ୍କ ଭିତରେ ଥିବ, ସେହିଭଳି ନେତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବ ।