ପାକ୍ କବଳିତ କଶ୍ମୀରରେ ବୁଲୁଛି କୁଖ୍ୟାତ ଆତଙ୍କୀ ମାସୁଦ ଆଝାର

ନୂଆଦିଲ୍ଲୀ: ଭାରତର ଗୁଇନ୍ଦାଙ୍କ ନଜରରେ ଧରା ପଡ଼ି ଯାଇଛନ୍ତି କୁଖ୍ୟାତ ଆତଙ୍କୀ ମାସୁଦ ଆଝାର । ପାକ୍ କବଳିତ କଶ୍ମୀରର ଗିଲଗିଟ୍ ବଲ୍‌ଟିସ୍ତାନ ଅଂଚଳରେ ମାସୁଦ ଘୁରି ବୁଲୁଛନ୍ତି । ମାସୁଦଙ୍କ ଆତଙ୍କୀ ତାଲିମ କେନ୍ଦ୍ରଟି ବାହାବଲପୁର ଅଂଚଳରେ । ସେଠାରୁ ପ୍ରାୟ ୧୦୦୦ କିମି ଦୂର ଗିଲଗିଟ୍ ବଲ୍‌ଟିସ୍ତାନରେ ତାଙ୍କୁ ଦେଖିବା ପରେ ପାକିସ୍ତାନର ମିଛ ଧରା ପଡ଼ିଯାଇଛି । ନିକଟ ଅତୀତରେ ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ ଦୃଢ଼ତାର ସହିତ ‘ମାସୁଦ ପଡ଼ୋଶୀ ଆଫଗାନିସ୍ତାନରେ ଲୁଚି ରହିଥିବା କଥା କହୁଥିଲେ । ତା’ ସହିତ ବିଲାୱଲ କହିଥିଲେ, ‘ଯଦି ମାସୁଦଙ୍କୁ ଇସଲାମାବାଦରେ ଦେଖିବୁ, କାଳବିଳମ୍ବ ନକରି ମାଡ଼ି ବସିବୁ ଓ ନୂଆଦିଲ୍ଲୀକୁ ହସ୍ତାନ୍ତର କରିଦେବୁ’ ।