ଲଦାଖର ଉପ ରାଜ୍ୟପାଳ ହେଲେ କବିନ୍ଦର ଗୁପ୍ତା

ନୂଆଦିଲ୍ଲୀ: ଲଦାଖର ଉପରାଜ୍ୟପାଳ ଭାବେ କବିନ୍ଦର ଗୁପ୍ତାଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ମୋଦି ସରକାରଙ୍କ ପରାମର୍ଶ କ୍ରମେ ଲଦାଖରେ ପହଂଚି କବିନ୍ଦର ଲଦାଖ ଲୋକଙ୍କ ସହିତ ମିଳିମିଶି କାମ କରିବା କଥା କହିଛନ୍ତି । ଲଦାଖକୁ ପର୍ଯ୍ୟଟନ ଦୁନିଆରେ ପ୍ରତିଷ୍ଠା କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ କାମନା କରିଛନ୍ତି ।

ଉପ ରାଜ୍ୟପାଳ ଭଳି ଗୁରୁଦାୟିତ୍ୱ ବହନ କରିବା ପରେ କବିନ୍ଦର ଗୁପ୍ତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ବରିଷ୍ଠ ନେତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି ।