ହାଇଦ୍ରାବାଦ: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲା ଅନ୍ତର୍ଗତ ସିଗାଚି ଶିଳ୍ପାଂଚଳରେ ଅବସ୍ଥିତ ଏକ ଔଷଧ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ ଜନିତ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଜୁନ ୩୦ ତାରିଖ ଦିନ ଘଟିଥିବା ବିସ୍ଫୋରଣରେ ଗୁରୁତର ଆହତ ହୋଇ ଜଣେ ବ୍ୟକ୍ତି ଅଦ୍ୟାବଧି ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ଗୁରୁବାର ଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଯିବା ପୁଲିସ ସୂତ୍ରରୁ ପ୍ରକାଶ ।
ବିସ୍ଫୋରଣରେ ଆହତ ଅନ୍ୟ ୭ ଜଣ ଲୋକଙ୍କ ଚିକିତ୍ସା ଭିନ୍ନ ଭିନ୍ନ ହସ୍ପିଟାଲରେ ଚାଲିଛି । ନିଖୋଜ ୮ ଜଣ ଲୋକଙ୍କର କିଛି ଖୋଜ ଖବର ମିଳୁନି ।