ସୋମବାର ଦିନ ପ୍ରାୟ ଗୋଟାଏ ସମୟରେ ବାଂଲାଦେଶ ରାଜଧାନୀ ଢାକା ବିମାନ ଘାଟିରୁ ଉଡାଣ ଆରମ୍ଭ କରିବାର କେଇ ସେକେଣ୍ଡ ଭିତରେ ଏକ ଘରୋଇ ବିଦ୍ୟାଳୟ ପରିସରକୁ ଖସି ପଡ଼ିଥିଲା ବାଂଲା ବାୟୁସେନାର ଏକ ତାଲିମ ପ୍ରଦାନକାରୀ ଜେଟ୍ । ଫଳରେ ଘଟଣାସ୍ଥଳରେ ଚାଲି ଯାଇଥିଲା ୨୭ଟି ଜୀବନ । ୧୭୦ ଜଣରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନା ମୁତାବକ ଯାନ୍ତ୍ରିକ ତ୍ରୁଟିର ଶିକାର ହୋଇ ବିମାନଟି ମାଇଲଷ୍ଟୋନ୍ ସ୍କୁଲ ଓ କଲେଜ ପରିସରକୁ ଖସି ପଡ଼ିଲା । ସେନା କହିଛି, ତାଲିମ ପ୍ରଦାନକାରୀ ଏଫ୍-୭ ଜେଟ୍ ଦିନ ପ୍ରାୟ ଗୋଟାଏ ୬ ମିନିଟ୍ ସମୟରେ ଉଡ଼ାଣ ଆରମ୍ଭ କରିଥିଲା ।