ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ । ସବୁଦିନ ଭଳି ସୋମବାର ଦିନ ପ୍ରାତଃ ଭ୍ରମଣ କରୁଥିବା ସମୟରେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ ଷ୍ଟାଲିନ୍ । କାଳବିଳମ୍ବ ନକରି ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ସେଠାରେ ତାଙ୍କର ସବୁ ପ୍ରକାର ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତାଙ୍କୁ ଏବେ ଡାକ୍ତରଙ୍କ ନିରୀକ୍ଷଣରେ ରଖାଯାଇଛି ।
ମଙ୍ଗଳବାର ଦିନ ଉପମୁଖ୍ୟମନ୍ତ୍ରୀ ତଥା ଷ୍ଟାଲିନଙ୍କ ପୁଅ ଉଦୟନିଧି ଆପୋଲୋ ହସ୍ପିଟାଲରେ ପହଂଚି ଡାକ୍ତରଙ୍କ ନିକଟରୁ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ମାତ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ତାଙ୍କ ବଡ଼ଭାଇଙ୍କୁ ହରାଇଥିଲେ ।