ଏକଦା ବଲିଉଡ୍ରେ ମିଥୁନ ଚକ୍ରବର୍ତୀଙ୍କ ଭଳି ଅଭିନେତାଙ୍କ ସହିତ କାମ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଅଭିନେତ୍ରୀ ଶିଳ୍ପା ଶିରୋଦକର ଦୀର୍ଘ ଦିନ ଧରି ରୂପେଲି ପରଦାରୁ ଦୂରେଇ ରହିବା ପରେ ପୁଣି ଗଣମାଧ୍ୟମକୁ ମଣ୍ଡନ କରିଛନ୍ତି । ଏଥର ଶିଳ୍ପା ତାଙ୍କ ସ୍ୱାମୀଙ୍କ ସଂପର୍କରେ କହିଛନ୍ତି । ଶିଳ୍ପା କହିଛନ୍ତି, ମୁଁ ଦଶମ ଫେଲ୍ । ମୋ ସ୍ୱାମୀ ଜଣେ ବ୍ୟାଙ୍କର । ଡବଲ୍ ଏମ୍ବିଏ । ତାଙ୍କ ପାଖରେ ଠିଆ ହୋଇ ମୁଁ କେବେ ନିଜକୁ ନ୍ୟୁନ ମଣିନାହିଁ ।
ଜୀବନରେ ଏଭଳି ସୁନ୍ଦର ଲୋକଟିଏ ପାଇବି ବୋଲି ଆଶା କରି ନଥିଲି । ତାଙ୍କ ସହିତ ନୂଆ ଜୀବନ ଆରମ୍ଭ କରିବା ମୋ ପାଇଁ ସୌଭାଗ୍ୟର ବିଷୟ । ବିଡ଼ମ୍ବନାର ବିଷୟ ହେଉଛି, ବିବାହ ପରେ ମୋତେ ଦେଶ ଛାଡ଼ିବାକୁ ପଡ଼ିଲା ।
ବିବାହ ପରେ ଭାରତରେ ରହିଥିଲେ, ଅଭିନୟ ବନ୍ଦ କରି ନଥାନ୍ତି । ଏଠାରେ ଜଣାଇ ଦେଉଛୁ, ଶିଳ୍ପାଙ୍କ ସ୍ୱାମୀ ଅପରେଶ ରଞ୍ଜିତ ନେଦରଲାଣ୍ଡରେ ପଢୁଥିଲା ବେଳେ ଶିଳ୍ପାଙ୍କ ସଂସ୍ପର୍ଶରେ ଆସିଥିଲେ । ଅପରେଶ ପାଠ ପଢୁଥିଲା ବେଳେ ଶିଳ୍ପାଙ୍କୁ ବିବାହ କଲେ । ଦୁହେଁ କଠିନ ସଂଘର୍ଷ କରି ସଫଳତା ହାସଲ କରିଥିଲେ । ଶିଳ୍ପାଙ୍କ ମତରେ ଅପରେଶ ଅତ୍ୟନ୍ତ ସଚ୍ଚୋଟ, ସାଧାସିଧା, ଆଡମ୍ବରକୁ ସେତେ ପସନ୍ଦ କରନ୍ତିନି । କୋଳାହଳଠାରୁ ବହୁତ ଦୂରରେ ରହିବାକୁ ଭଲ ପାଆନ୍ତି ।