ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୨ ଜୁଲାଇ, ୨୦୨୫ ରେ ଏହାର ଗେଜେଟ୍ ବିଜ୍ଞପ୍ତିରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଜାରି କରାଯାଇଛି ।

ଧାରା ୩୨୪ ଅନୁଯାୟୀ, ଭାରତର ଉପରାଷ୍ଟ୍ରପତି ପଦ ଲାଗି ନିର୍ବାଚନ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଅଧିକାର ପ୍ରାପ୍ତ ଅଟନ୍ତି । ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, 1952 ଏବଂ ଏହା ଅଧୀନରେ ପ୍ରଣୀତ ନିୟମ, ଅର୍ଥାତ୍ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ନିୟମ, 1974 ଦ୍ୱାରା ପରିଚାଳିତ ହୁଏ ।

ତେଣୁ, ଭାରତର ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ, 2025 ସମ୍ବନ୍ଧୀୟ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହେବା ପରେ, ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ସୂଚୀ ସମ୍ପର୍କରେ ଯଥାଶୀଘ୍ର ଘୋଷଣା କରାଯିବ ।

ଘୋଷଣା ପୂର୍ବର କାର୍ଯ୍ୟକଳାପ ଆରମ୍ଭ ହୋଇଯାଇଛି, ଯାହା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି: ରାଜ୍ୟ ସଭା ଏବଂ ଲୋକସଭାର ନିର୍ବାଚିତ ଏବଂ ମନୋନୀତ ସଦସ୍ୟଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜର ପ୍ରସ୍ତୁତି, ରିଟର୍ଣ୍ଣିଂ ଅଧିକାରୀ / ସହକାରୀ ରିଟର୍ଣ୍ଣିଂ ଅଧିକାରୀ ମାନଙ୍କର ଚୂଡ଼ାନ୍ତକରଣ ଏବଂ ପୂର୍ବ ସମସ୍ତ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଆବଶ୍ୟକ ହୋଇଥିବା ସାମଗ୍ରୀର ପ୍ରସ୍ତୁତି ଏବଂ ପ୍ରସାରଣ ।