ସାଂସଦ ଅପରାଜିତା କୁହନ୍ତୁ, ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକାଂଶ ବିଜେପି କର୍ମୀଙ୍କୁ ମାଲୁମ ନାହିଁ । ୨୦୧୪ ଲୋକସଭା ନିର୍ବାଚନରେ ଦାଖଲ କରିଥିବା ନାମାଙ୍କନ ପତ୍ର ଉପରେ ନଜର ପକାଇଲେ ନରେନ୍ଦ୍ର ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ବିଏ ଓ ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଏମଏ ପାସ୍ କରିଛନ୍ତି ।

ମୋଦିଙ୍କ ନାମାଙ୍କନ ପତ୍ରରେ ଦାଖଲ କରାଯାଇଥିବା ଶିକ୍ଷାଗତ ପ୍ରମାଣପତ୍ରର ସତ୍ୟତା ଜାଣିବା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିକଟରୁ ସୂଚନା ଅଧିକାର ବଳରେ ଦସ୍ତାବିଜ ମଗାଯିବାରୁ ବିଶ୍ୱବିଦ୍ୟାଳୟ ଅଧିକାରୀ ରାଜନୈତିକ ହଟଚମଟ ଆଶଙ୍କା ଦର୍ଶାଇ କୌଣସି ତଥ୍ୟ ଦେବାକୁ ମନା କରିଦେଲେ ।
ଅନ୍ୟ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ବିନା ବାକ୍ୟ ବ୍ୟୟରେ ଦସ୍ତାବିଜ ପ୍ରଦାନ କରୁଥିଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂପର୍କୀତ ଦସ୍ତାବିଜ ଦେବାକୁ ବିଶ୍ୱବିଦ୍ୟାଳୟ ଅଧିକାରୀ ଅମଙ୍ଗ କାହିଁକି?

ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଯୋଉ ସାର୍ଟିଫିକେଟ୍ ଦେଖାଇଲେ, ତାହା ସଂପୂର୍ଣ୍ଣ ଜାଲ ବୋଲି ଜଣା ପଡ଼ିଗଲାଣି ।
ନିର୍ବାଚନ ଆୟୋଗକୁ ମିଥ୍ୟା ସୂଚନା ପ୍ରଦାନ କରିଥିବା ଅଭିଯୋଗରେ ନରେନ୍ଦ୍ର ମୋଦିଙ୍କ ଲୋକସଭା ସଦସ୍ୟତା ବାତିଲ କରା ନଯିବ କାହିଁକି? ଏହାକୁ କେନ୍ଦ୍ର କରି ନାନା ବିବାଦ ମୁଣ୍ଡ ଟେକିଛି । ଏହି ପରିପ୍ରେକ୍ଷୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିକଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବାକୁ ଆଗ୍ରହ ପ୍ରକାଶ କରିଛି ଓଡ଼ିଶା ପଛୁଆ ବର୍ଗ ମହାସଂଘ ।