ବୋଲଡର ମାଡ଼ରେ ଲେଫ୍ଟନାଂଟ କର୍ଣ୍ଣେଲ ସହିଦ

ବୁଧବାର ସକାଳେ ସବୁଦିନ ଭଳି ଭାରତୀୟ ସେନାବାହିନୀର ଏକ ସେନା ପଟୁଆର ଲାଦାଖର ଦୁର୍ଗମ ପାହାଡ଼ିଆ ଅଂଚଳ ଦେଇ ଯାଉଥିବା ସମୟରେ ପାହାଡ ଶୀର୍ଷରୁ ବିପୁଳ ପରିମାଣର ବଡ଼ ବଡ଼ ବୋଲଡର ଖଣ୍ଡ ଅଜାଡି ହୋଇଗଲା ।

ବୋଲଡର ମାଡ଼ରେ ଲେଫ୍ଟନାଂଟ କର୍ଣ୍ଣେଲ ଭାନୁ ପ୍ରତାପ ସିଂ ଓ ଲାନ୍ସ ଦଫାଦାର ଦଲଜୀତ ସିଂ ଘଟଣାସ୍ଥଳରେ ସହିଦ ହୋଇଛନ୍ତି । ଅନ୍ୟ ତିନିଜଣ ସେନା ଅଧିକାରୀ ଗୁରୁତର ଆହତ ହୋଇଛନ୍ତି । କିଛି ସେନାଗାଡ଼ି ଚୁରମାର ହୋଇଯାଇଛି । ଗୁରୁତର ସେନା ଅଧିକାରୀଙ୍କୁ ଲେହ ସେନା ଡାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନା ମୁତାବକ ସେନା ପଟୁଆର ଲାଦାଖର ଦୁର୍ବୁକ ଅଂଚଳରୁ ଚୋଙ୍ଗତାସ ଅଂଚଳକୁ ଯାଉଥିଲା ।