ବଡ଼ବିଲ: କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ କାର କୋଲା ଚାତମ୍ବା ସାହି ନିକଟରୁ ଶୁକ୍ରବାର ଦିନ ଏକ ଅଜଣା ପୁରୁଷଙ୍କ ମୃତଦେହ ଜବତ କରିଛି ବଡ଼ବିଲ ପୋଲିସ । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଲେ, ତାପରେ ଘଟଣାସ୍ଥଳକୁ ପହଞ୍ଚି ପୋଲିସ ମୃତଦେହକୁ ଜବତ କରି ମେଡିକାଲ ପରୀକ୍ଷା ପାଇଁ ପଠାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ବୟସ ୫୦ ବର୍ଷ ହୋଇପାରେ ବୋଲି ଅନୁମାନ କରାଯାଇଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋରଦାର ହୋଇଛି । ବଡ଼ବିଲ ପୋଲିସ ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଓ ଘଟଣାର ତଦନ୍ତ ଚାଲୁ ରଖିଛି ।