ନାରୀ କୁ ସଂମ୍ମାନ ଦେବା ଯାଗାରେ ଅସଦାଚରଣ ଓ ଅପହରଣ ଉଦ୍ୟମ ମାମଲା : ୫ ଗିରଫ

ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଳାପାହାଡ ତଲକ ହାଟିଂ ରେ ଜଣେ ମହିଳା ଙ୍କୁ ଅସଦାଚରଣ ଓ ଅପହରଣ ଘଟଣା ରେ ଯୋଡ଼ା ପୋଲିସ ୫ ଅଭିଯୁକ୍ତ ଙ୍କୁ ଗିରଫ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ମୁରସିଦାବାଦ ଅଞ୍ଚଳ ର କିଛି ଲୋକ ଯୋଡା ସହର ରେ ରହି ଘର ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ।ଏମାନଙ୍କ ସହିତ ଅଭିଯୋକାରିଣୀ ମହିଳା ମଧ୍ୟ କାର୍ଯ୍ୟ କରୁଥିଲେ। ତେବେ ମଙ୍ଗଳବାର ଦିନ ଅଭିଯୁକ୍ତ ମାନେ ମହିଳା ଙ୍କୁ ବଳପୂର୍ବକ ଅପହରଣ ଉଦ୍ୟମ କରିବା ସହିତ ତାଙ୍କ ସହିତ ଅସଦାଚରଣ କରିଥିବା ନେଇ ମହିଳା ଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ କୁ ଭିତ୍ତି କରି ଯୋଡ଼ା ପୋଲିସ ଉକ୍ତ ଅଭିଯୁକ୍ତ ମାନଙ୍କ ବୋରୋଧ ରେ ତଦନ୍ତ କରି ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ପଶ୍ଚିମ ବଙ୍ଗ ରାଜ୍ୟ ମୂର୍ଶିଦାବ।ଦ ଅଞ୍ଚଳ ର ଫର୍ତିକ ଶେଖ୍, ସାହିଦୂଲ୍ ଶେଖ୍, ଦିଲଦାର ହୁସେନ, ଜାମାଲ ଶେଖ୍, ଓସାଫିକୁଲ ଶେଖ।

ଯୋଡ଼ା ପୋଲିସ କେସ ନଂ ୧୯୧/୨୦୨୫ ରୁଜୁକରି ବି.ଏନ.ଏସ ଦଫା ୨୯୬/୩୫୧(୨)/୭୪/୬୪(୧) ଆଧାରରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଯାଇଛି ବୋଲି ଯୋଡା ଥାନା ଆଇ ଆଇ ସି ସୁଶାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।