ମାଲିରୁ ଓଡ଼ିଆ ଯୁବକ ଅପହୃତ

ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଲା ନିବାସୀ ଏମ୍ ଭେଙ୍କଟ ରମଣ କର୍ମ ସଂସ୍ଥାନରେ ଆଫ୍ରିକା ମହାଦେଶର ମାଲିକୁ ଯାଇଥିଲେ । ଗତ ମାସେ ହେବ ତାଙ୍କର କୌଣସି ଖୋଜଖବର ମିଳୁନି ବୋଲି ପରିବାର ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତାଙ୍କୁ କୌଣସି ଆତଙ୍କୀ ସଂଗଠନ ଅପହରଣ କରି ନେଇଥିବାର ଆଶଙ୍କା କରାଯାଉଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମାଲି ସରକାରଙ୍କ ସହିତ ଯୋଗାଯୋଗ ସ୍ଥାପନ କରି ଭାରତ ସରକାର ନିଖୋଜ ଭେଙ୍କଟ ରମଣଙ୍କୁ ଉଦ୍ଧାର କରିବ ବୋଲି ପରିବାରକୁ ଆଶ୍ୱାସନା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।