ପାକିସ୍ତାନକୁ ବ୍ରହ୍ମୋସ ମିଶାଇଲରେ ସାବାଡ୍ କରିବୁ: ମୋଦୀ

ୟୁପିରୁ ବ୍ରହ୍ମୋସ ମିଶାଇଲ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଜି ଘୋଷଣା କରିଛନ୍ତି । ୟୁପିର ବାରାଣସୀରେ ଅନୁଷ୍ଠିତ ଏକ ସଭାରେ ଯୋଗଦାନ କରି ‘ଅପରେସନ୍ ସିନ୍ଦୁର’ ସଫଳତା ପାଇଁ ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ୍ ମିଶାଇଲ ସମେତ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀର ଉଚ୍ଚ ପ୍ରଶଂସା କରିଛନ୍ତି ।

ବ୍ରହ୍ମୋସ ମିଶାଇଲ ନାଁ ଶୁଣିବା କ୍ଷଣି ପାକିସ୍ତାନ ଆଖିରୁ ନିଦ ହଜିଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହୋଇପାରିଛି ।

ଆଗାମୀ ଦିନରେ ପାକିସ୍ତାନ ଖେଚଡାମି କରିବ ତ ଆମ ବ୍ରହ୍ମୋସ ତା’ର କଡ଼ା ଜବାବ ଦେବ । ୟୁପିକୁ ପ୍ରତିରକ୍ଷା ସାମଗ୍ରୀ ହବ୍ କରିବା ପାଇଁ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।