ପରଲୋକରେ ପୂର୍ବତନ ଜେକେ ରାଜ୍ୟପାଳ ସତ୍ୟପାଲ ମଲିକ

ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍‌ରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ । ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ଜୁନ ୮ ତାରିଖ ଦିନ ସତ୍ୟପାଲ ସୋସିଆଲ ମିଡିଆରେ ନିଜର ଫଟୋଟିଏ ସେୟାର କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସାଂଘାତିକ ବୋଲି ଉଲ୍ଲେଖ କରିଥିଲେ । ଗତମାସରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା ।