ପର ଦୁଆରେ ହାତ ପତାଇ ପିଲାଙ୍କୁ ମଣିଷ କରିଥିବା ମା’ ଆକାଉଂଟକୁ କୁଆଡୁ ଆସିଲା ୧.୧୩ ଲକ୍ଷ କୋଟି ଟଙ୍କା । ମା’ ମରିବାର ଦୁଇମାସ ପରେ ତାଙ୍କ ଆକାଉଂଟରେ ଏତେ ପରିମାଣର ଟଙ୍କା ଦେଖି ପୁଅ କାନକୁ ବିଶ୍ୱାସ କରି ପାରିଲେନି । ବ୍ୟାଙ୍କକୁ ଯାଇ ଆକାଉଂଟ ଯାଂଚ କଲେ । ଆୟକର ନୋଟିସ୍ ପାଇ ନଥିଲେ ସଂପୃକ୍ତ ଯୁବକ କିଛି ଜାଣିପାରି ନଥାନ୍ତେ ।
ନୋଇଡ଼ା ଅଂଚଳର ଜଣେ ଯୁବକ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଯାଇଁ ମୃତ ମା’ଙ୍କ ଆକାଉଂଟ ଯାଂଚ କରିବା ପରେ ଜିଭ କାମୁଡ଼ି ପକାଇଲେ । ଏତେ ଟଙ୍କା ଆସିଲା କୋଉଠୁ ? ଜମା କଲା କିଏ ? ମୃତ ମହିଳା ଗାୟତ୍ରୀ ଦେବୀଙ୍କ ବ୍ୟାଙ୍କ ଆକାଉଂଟରେ ୩୭ ଅଙ୍କ ବିଶିଷ୍ଟ ଟଙ୍କା ଜମା କରାଯାଇଛି । ଅଗଷ୍ଟ ୩ ତାରିଖ ଦିନ ସବୁ ବିଷୟ ଜାଣିବା ପରେ ଯୁବକ ଜଣକ ଘଟଣାର ଖୋଳତାଡ଼ କରିବା ପାଇଁ ଆୟକର ବିଭାଗକୁ ଅନୁରୋଧ କରିଛନ୍ତି ।
ମୃତ ମା’ ବଂଚିଥିବା ବେଳେ ପୁଅକୁ ଲକ୍ଷପତି କରି ପାରିଲେନି । ମଲା ପରେ ପୁଅକୁ ଅଭିନେତା ଶାହରୁଖ ଖାନଙ୍କ ତୁଳନାରେ ମହାଧନୀ କରିଦେଲେ । ଶାହରୁଖଙ୍କ ଅଚଳାଚଳ ସଂପତିର ମୂଲ୍ୟ ମାତ୍ର ୭୪୩୮ କୋଟି । ସଂପୃକ୍ତ ଆକାଉଂଟକୁ ଅକାମୀ କରିଦେଇଛି ଆୟକର ବିଭାଗ । ଅସଲ ଖେଳୁଆଡକୁ ଧରିବା ପାଇଁ ଲାଗିପଡ଼ିଛି ଆୟକର ବିଭାଗ ।