ମହାକାଶ ବିଜ୍ଞାନୀଙ୍କ ସହିତ ଲୁଚକାଳି ଖେଳୁଛି ଭୋୟାଜର-୨

ପୃଥିବୀଠାରୁ ପ୍ରାୟ ୨୦,୦୦୦ ଲକ୍ଷ କିଲୋମିଟର ଦୂରତାରେ ରହି ଭୋୟାଜର-୨ ନାସା ବିଜ୍ଞାନୀଙ୍କ ସହିତ ଲୁଚକାଳି ଖେଳୁଛି । କେବଳ ଲୁଚକାଳି ନୁହେଁ, ମହାକାଶ ବିଜ୍ଞାନୀଙ୍କ ନିକଟକୁ ଯୋଉ ତଥ୍ୟ ପଠାଇଛି, ତାହା ଯେତିକି ରହସ୍ୟଜନକ, ସେତିକି ଚିନ୍ତାଜନକ । ଭୋୟାଜର-୨ ସୌରମଣ୍ଡଳର ଏପରି ଠିକଣାରେ ପହଂଚି ଯାଇଛି ଯୋଉଠି ସୂର୍ଯ୍ୟ କିରଣ ତାପମାତ୍ରା ପ୍ରାୟ ୫୦ ହଜାର ଡିଗ୍ରୀ ସେଲସିୟସ । ବହୁତ ଅଧ୍ୟୟନ କରି ନାସା ମହାକାଶ ବିଜ୍ଞାନୀ ସେହି ସମ୍ବେଦନଶୀଳ ଅଂଚଳକୁ ସୌରମଣ୍ଡଳର ଫାୟାରୱାଲ ବା ଅଗ୍ନି ପ୍ରାଚୀର ନାମକରଣ କରିଛନ୍ତି ।

୧୯୭୭ ମସିହାରେ ନାସା ପକ୍ଷରୁ ମହାକାଶକୁ ଛଡ଼ା ଯାଇଥିଲା ଭୋୟାଜର-୧ ଓ ଭୋୟାଜର-୨ । ଦୁହିଁଙ୍କ କାମ ହେଉଛି ମହାକାଶକୁ ତନ୍ନ ତନ୍ନ କରି ଅଣ୍ଡାଳିବା ଓ ଅଜଣା ରାଇଜରେ ବିଚରଣ କରୁଥିବା ନକ୍ଷତ୍ର ମଣ୍ଡଳ ସଂପର୍କରେ ଟିକିନିଖି ତଥ୍ୟ ପ୍ରଦାନ କରିବା । ମଜାଦାର କଥା ହେଉଛି, ପୃଥିବୀର ଏତେ ନିକଟରେ ଭୋୟାଜର-୨ ରହିଥିଲେ ମଧ୍ୟ ତା’ର ଅବସ୍ଥିତି ଠଉରାଇ ପାରୁନାହାନ୍ତି ନାସା ମହାକାଶ ବିଜ୍ଞାନୀ । ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଉହାଡ଼ରେ ରହିଯାଇଛି ଭୋୟାଜର-୨ । ଏପରି ଏକ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ଲାଗି ପଡ଼ିଛି ନାସା