ଭାଇଭଉଣୀ ସଂପର୍କକୁ ନିବିଡ଼ କରିବାର ପର୍ବ ରାଖି ପୂର୍ଣ୍ଣିମା । ଭଉଣୀଟିଏ ଭାଇ ହାତରେ ରାଖି ବାନ୍ଧି ଦେଇ ତା’ର ଶୁଭ ମନାସି ଥାଏ । ରାଖି ପୂର୍ଣ୍ଣିମା ଦିନ ଠାକୁରଙ୍କ ହାତରେ ରାଖି ବାନ୍ଧିବାର ପରମ୍ପରା ରହିଛି ।
ରାଖି ପୂର୍ଣ୍ଣିମା ଦିନ ସକାଳେ ଭାଇ ହାତରେ ରାଖି ବାନ୍ଧିବା ସମୟରେ ଭଉଣୀ ଯଦି ଆମ ପରାମର୍ଶ ମୁତାବକ କିଛି ବିଶେଷ ନିୟମ ପାଳନ କରିବେ , ତା’ର ଆଶୀର୍ବାଦ ସ୍ୱରୂପ ଭାଇ-ଭଉଣୀ ସଂପର୍କ ଅତୁଟ ରହିବ ଓ ଉଭୟଙ୍କ ଜୀବନକୁ ଦୁଃଖଦୁର୍ଦ୍ଦଶା ଘାଂଟି ପାରିବନି । ଭାଇ-ଭଉଣୀ ଉଭୟ ଧନମାନ ଯଶ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ ।
ଆସନ୍ତୁ, ଉପାୟ ସଂପର୍କରେ ଜାଣନ୍ତୁ । ରାଖି ପୂର୍ଣ୍ଣମୀ ଦିନ ସକାଳୁ ଭଉଣୀ ସ୍ନାନାଦି ସାରିବେ । ଭାଇ ହାତରେ ରାଖି ବାନ୍ଧିବା ପୂର୍ବରୁ ଭଗବାନଙ୍କୁ ପୂଜାର୍ଚ୍ଚନା କରିବେ । ଆରତି ଥାଳିରେ ରାଖି ରଖିବେ, ଆରତି ଥାଳିରେ ରୂପାର ମୁଦ୍ରାଟିଏ ରଖିବେ । ରୂପା ମୁଦ୍ରା ରଖି ନପାରିଲେ, ଏକଟଙ୍କା ଅବା ଦୁଇଟଙ୍କିଆ ମୁଦ୍ରାଟିଏ ରଖିବେ ।
ପ୍ରଥମେ ଶ୍ରୀଗଣେଶ ମହାପ୍ରଭୁଙ୍କ ହାତରେ ରାଖି ବାନ୍ଧିବେ । ଟଙ୍କାଟିଏ ମନ୍ଦିରରେ ରଖି ଦେବେ । ପରଦିନ ମନ୍ଦିରରେ ପୂଜାର୍ଚ୍ଚନା ସାରିବା ପରେ ଟଙ୍କାଟିକୁ ଆଣି ଘରକୁ ଆସିବେ । ଟଙ୍କାଟିକୁ ଗୋଟିଏ ଲାଲ କପଡ଼ାରେ ଗୁଡ଼ାଇ ଟଙ୍କାଥଳିରେ ରଖିଦେବେ । ଏପରି କରିବା ଫଳରେ ଜୀବନରେ କେବେ ଧନର ଅଭାବ ରହିବନି ।