ରାଖି ପୂର୍ଣ୍ଣିମା ଦିନ ସର୍ବପ୍ରଥମେ ଭଗବାନ ଶିବଙ୍କ ଅଭିଷେକ ଜରୁରୀ । ଦୁଧ, ଦହି, ମହୁ, ଘିଅ ଓ ଶାକର ମିଶାଇ ଭଗବାନ ଶିବଙ୍କର ଅଭିଷେକ କରିବା ପରେ ବିଧିପୂର୍ବକ ପୂଜାର୍ଚ୍ଚନା କରିବେ । ପୂଜା ଶେଷରେ ମହାଦେବଙ୍କ ହାତରେ ରାଖି ବାନ୍ଧିବେ।
ଏପରି କରିବା ଫଳରେ ଭାଇ-ଭଉଣୀ ଜୀବନର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ଭଗବାନ ଶିବଙ୍କ ଆଶୀର୍ବାଦରୁ ସବୁ ପ୍ରକାର କଷ୍ଟ ବାଟଭାଙ୍ଗି ଚାଲିଯିବ ।