ରାଖି ପୂର୍ଣ୍ଣିମା : ସୁଖଶାନ୍ତି ସମୃଦ୍ଧି ପାଇଁ କରନ୍ତୁ ଏହି ଉପାୟ

ରାଖି ପୂର୍ଣ୍ଣିମା ଦିନ ଏହି ଉପାୟ କରନ୍ତୁ । ଜୀବନରେ ସୁଖଶାନ୍ତି ଓ ସମୃଦ୍ଧି ଲାଭ କରିବେ । ରାଖି ପୂର୍ଣ୍ଣିମା ଦିନ ସକାଳୁ ଶେଯରୁ ଉଠି ନିତ୍ୟକର୍ମ ସାରିବେ । ପରିଷ୍କାର ପୋଷାକ ପିନ୍ଧିବେ । ମା’ ଲକ୍ଷ୍ମୀ ଓ ଗଣେଶଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା କରିବେ । ପୂଜା ଶେଷରେ ‘ଓଁ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷେ୍ମୌ ନମଃ’ ୧୦୮ ବାର ଜପ କରିବେ । ୧୦୮ ବାର ‘ଓଁ ଗଂ ଗଣପତୟେ ନମଃ’ ଜପ କରିବେ ।

ଏପରି କରିବା ଫଳରେ ଘରେ କୌଣସି ପ୍ରକାର ସମସ୍ୟା ସୃଷ୍ଟି ହେବନି । ସକଳ ସମସ୍ୟାରୁ ମୁକ୍ତି ମିଳିବ । ଜୀବନରେ ସୁଖଶାନ୍ତି ଓ ସମୃଦ୍ଧି ଭରିଯିବ । ରାଖି ପୂର୍ଣ୍ଣିମା ଦିନ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କୁ ସକଳ ବାଧାରୁ ରକ୍ଷା କରିବ ।