ଗେରୁଆମୟ କରାଯିବ ଓଡ଼ିଶାର ସବୁ ସରକାରୀ ଅଫିସ

ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟଗୁଡ଼ିକର ରଙ୍ଗ ଗୋଟିଏ ପ୍ରକାର କରାଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏପରିକି ସରକାରଙ୍କ ପରିଚାଳନାଧୀନ କଂପାନୀ କାର୍ଯ୍ୟାଳୟର ବାହାର ପାଖକୁ ମଧ୍ୟ ଗେରୁଆମୟ କରି ଦିଆଯିବ । ରାଜ୍ୟର ସ୍ୱାସ୍ଥ୍ୟସେବା, ଶିକ୍ଷାଦାନ, ପରିମଳ ସେବାରେ ଯାବତୀୟ ତ୍ରୁଟିଥିଲେ ଚଳିବ, ମାତ୍ର ସରକାରଙ୍କ ନୂଆ ଓ ପୁରୁଣା କୋଠାଗୁଡ଼ିକ ଗେରୁଆ ଦିଶିବା ଜରୁରୀ । ତା’ ନହେଲେ ବିଜେପିର ବିକାଶ ଚିତ୍ର ଫିକା ପଡ଼ିଯିବ ।

ରାଜ୍ୟର ବିଜେପି ସରକାରଙ୍କ ରଙ୍ଗ ରାଜନୀତିରୁ ବାଦ ପଡ଼ିନି ସରକାରୀ ଶିକ୍ଷାନୁଷ୍ଠାନ । ସରକାରୀ ଅନୁଦାନ ପାଉଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟ ଗେରୁଆ ରଙ୍ଗକୁ ଆଦରିବାକୁ ବାଧ୍ୟ । ଚଳିତ ମାର୍ଚ୍ଚ ମାସରେ ସବୁ ସରକାରୀ ବିଦ୍ୟାଳୟଗୁଡ଼ିକୁ ଗେରୁଆ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କଡ଼ା ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟଗୁଡ଼ିକ ତ୍ରିରଙ୍ଗାମୟ କରାଗଲେ, ଛାତ୍ରଛାତ୍ରୀଙ୍କ ମନରେ ଜାତୀୟତା ବୋଧ ଜାଗ୍ରତ

https://www.youtube.com/shorts/ujHzE0kO2kw