ପ୍ରଧାନମନ୍ତ୍ରୀ ମୋଦିଜୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଫସାଇ ଦେଇ ଚାଲିଗଲେ ପୂର୍ବତନ ଜେକେ ରାଜ୍ୟପାଳ ସତ୍ୟପାଲ ମଲିକ । ୨୦୨୫ ଅଗଷ୍ଟ ୫ ତାରିଖ ଦିନ ସାଢ଼େ ଗୋଟାଏ ସମୟରେ ପରଲୋକ ଗମନ କରିଛନ୍ତି ସତ୍ୟପାଲ ମଲିକ । ଆଜକୁ ପ୍ରାୟ ୬ ବର୍ଷ ତଳେ ୨୦୧୯ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ-କଶ୍ମୀରରୁ ଧାରା-୩୭୦ ଉଚ୍ଛେଦ କରାଯାଇଥିଲା । ଜମ୍ମୁ-କଶ୍ମୀରକୁ ଦୁଇଖଣ୍ଡ କରି ଦିଆଗଲା ।
ଜମ୍ମୁ-କଶ୍ମୀରକୁ ଦୁଇଖଣ୍ଡ ଓ ଧାରା ୩୭୦ ଉଚ୍ଛେଦ କରିବା ଫଳରେ ବିଜେପିର କୋଉ ସ୍ୱାର୍ଥ ପୂରଣ ହେଲା । ତାହା ଜାଣିବା ଯେତିକି ଜରୁରୀ । ଜମ୍ମୁ-କଶ୍ମୀର ଜନତା ଓ ଭାରତର ଜନତାଙ୍କୁ କୋଉ ବିବାଦରେ ଫସାଇ ଦିଆଗଲା । ତା’ର କାରଣ ଭାରତର ପ୍ରତି ନାଗରିକ ଜାଣିବା ଦରକାର ।
ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିଥିଲେ ମଧ୍ୟ ତା’ର ସାମ୍ବିଧାନିକ ମୁଖ୍ୟ ହେଉଛନ୍ତି ଉପ-ରାଜ୍ୟପାଳ, ରାଜ୍ୟପାଳ ନୁହନ୍ତି । ତେଣୁ ଧାରା-୩୭୦ ପ୍ରତ୍ୟାହାର କରାଯିବା ପରେ ଜମ୍ମୁ-କଶ୍ମୀର ରାଜ୍ୟପାଳ ଦାୟିତ୍ୱରୁ ବିଦାୟ ନେଲେ ସତ୍ୟପାଲ ମଲିକ । ସତ୍ୟପାଲ ମଲିକଙ୍କ ପରି ସତ୍ୟନିଷ୍ଠ ଓ ସଚ୍ଚୋଟ ଲୋକଙ୍କ ପାଇଁ ବିଜେପିରେ ଜାଗା ନାହିଁ ବୋଲି ମଲିକଙ୍କ ଲିଖିତ ଚିଠିରୁ ଜଣାଯାଏ ।
ରାଜ୍ୟପାଳ ଦାୟିତ୍ୱରୁ ଅବ୍ୟାହତି ନେବା ପରଠାରୁ ସତ୍ୟପାଲଙ୍କ ବିଜେପି ବିରୋଧୀ ମନ୍ତବ୍ୟ ଦଳର ନେତୃତ୍ୱଙ୍କୁ ଆଦୌ ଭଲ ଲାଗିଲାନି । ପରିଣାମ ସ୍ୱରୂପ ସତ୍ୟପାଲଙ୍କ ଘର ଉପରେ ବିଜେପିର ଜୋରଜୁଲମ ଆରମ୍ଭ ହୋଇଗଲା । ଇଡି, ସିବିଆଇ ଓ ପୁଲିସ ପ୍ରଶାସନ ବଳରେ ସତ୍ୟପାଲଙ୍କ ଦୃଢ଼ ମନୋବଳକୁ ଦୁର୍ବଳ କରିବାର ପ୍ରୟାସ ଚାଲିଲା । ମୃତ୍ୟୁବରଣ କରିବାର କିଛିଦିନ ପୂର୍ବରୁ ସତ୍ୟପାଲ ଏକ ଚିଠି ଲେଖିଥିଲେ, ଯାହା ଏବେ ବିଜେପି ମେଂଟ ସରକାରକୁ ଅଡୁଆରେ ପକାଇବାକୁ ଯଥେଷ୍ଟ ।
ସତ୍ୟପାଲଙ୍କ ଚିଠିର ନକଲଟିଏ ପାଇବା ପାଇଁ କଂଗ୍ରେସ ଚେଷ୍ଟା କରୁଛି । ଶୁଣିବାକୁ ମିଳୁଛି, ସତ୍ୟପାଲଙ୍କ ଚିଠିରେ ଏପରି କିଛି ପ୍ରସଙ୍ଗ ଲେଖାଯାଇଛି, ଯାହା ପ୍ରଧାନମନ୍ତ୍ରୀ ମୋଦିଜୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଜୀଙ୍କୁ ଜେଲକୁ ପଠାଇ ଦେଇପାରିବ ।