ଆମେରିକା ନିକଟରେ ମୁଣ୍ଡ ନୁଆଁଇବନି ଭାରତ : ପ୍ରଧାନମନ୍ତ୍ରୀ

ଭାରତ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ଶତକଡ଼ା ୫୦ ଭାଗ ଟିକସ ଲାଗୁ କରାଯିବା ପରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ । ଭାରତର ଦୁଗ୍ଧଜାତ ଓ କୃଷିଜାତ ବଜାରରେ ଆମେରିକାକୁ ପ୍ରବେଶ କରିବାକୁ ଦିଆଯିବନି ।

ଆମ ଦେଶର ଚାଷୀ ଓ ପଶୁପାଳକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ସେମାନଙ୍କ ଜମିକୁ ପଡ଼ିଆ ଓ ପଶୁଶାଳାକୁ ଅକାମୀ କରିବା ଓ ଯୁକ୍ତରାଷ୍ଟ୍ର ଆମେରିକା ଚାଷୀ ଓ ପଶୁପାଳକଙ୍କୁ ମାଲାମାଲ କରିବା ଆମର ଉଦ୍ଦେଶ୍ୟ ନୁହେଁ ।

ଉଭୟ ରୁଷିଆ ଓ ଆମେରିକା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେରିକା ସହିତ ବାଣିଜ୍ୟ କାରବାରକୁ କେନ୍ଦ୍ର କରି ରୁଷିଆ ପକ୍ଷରୁ କୌଣସି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରାଯାଇନି । ମାତ୍ର ରୁଷିଆରୁ ତେଲ କିଣିବାର ଶାସ୍ତି ବାବଦକୁ  ଯୁକ୍ତରାଷ୍ଟ୍ର ଆମେରିକା ୫୦ ପ୍ରତିଶତ ଟିକସ ପ୍ରୟୋଗ କରିଛି ।

ଭାରତ ଉପରେ ଟିକସ ବୋଝ ଲଦି ଦେଇ ଆମେରିକା ତା’ର ବଡ଼ଭାଇ ପଣିଆ ଦେଖାଇଛି: ଏବେ ଭାରତର କାର୍ଯ୍ୟଧାରା ଯଦି ଆମେରିକା ମନକୁ ବ୍ୟଥିତ କରୁଥାଏ, ସେଥିପାଇଁ ଡୋନାଲ୍ଡ ଟ୍ରମ୍ପ ଦାୟୀ ରହିବେ, ଭାରତ ନୁହେଁ । ଭାରତ ସବୁବେଳେ ଆମେରିକା ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିଆସିଛି । କିନ୍ତୁ ପେହେଲଗାମ ଆତଙ୍କୀ ହମ୍‌ଲା ପରେପରେ ଭାରତ ପ୍ରତି ଆମେରିକାର ମନୋଭାବ ବଦଳିଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଭାରତ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆମେରିକା ସହିତ ସାଲିସ କରିବାର ପ୍ରଶ୍ନ ନାହିଁ ।