ଅଜବ ଜୀବନ : ସ୍ୱାମୀ-ସ୍ତ୍ରୀ ପରିଚୟ ଧରି ଫେରିଲେ ନିଖୋଜ ଦୁଇ ଭଉଣୀ

କିଛିଦିନ ତଳେ ୟୁପିର ମୁଜାଫରନଗରରୁ ନିଖୋଜ ହୋଇଯାଇଥିବା ଦୁଇ ଭଉଣୀ ଅଗଷ୍ଟ ୭ ତାରିଖ ଦିନ ପରିବାର ନିକଟକୁ ଫେରି ଆସିଛନ୍ତି । ଦୁଇ ଭଉଣୀ ପ୍ରଥମେ ଥାନାରେ ପହଂଚି ଥିଲେ । ସେମାନଙ୍କ ଭିତରୁ ଜଣେ ବର ପୋଷାକ ପିନ୍ଧିଥିଲେ, ଅନ୍ୟ ଜଣେ କନ୍ୟା ପୋଷାକ ପିନ୍ଧିଥିଲେ । ଉଭୟ ଥାନା ଓ ପରିବାରକୁ କହିଛନ୍ତି ଯେ ସେମାନେ ଦୁହେଁ ବିବାହ କରି ସାରିଛନ୍ତି ଓ ଆଗାମୀ ଦିନରେ ସ୍ୱାମୀ-ସ୍ତ୍ରୀ ଭଳି ଚଳିବାକୁ ଚାହୁଁଛନ୍ତି ।

ଦୁଇଝିଅଙ୍କ ଭିତରୁ ଗୋଟିଏ ଝିଅର ବାପା ଆଇଜିଆରଏସ୍ ପୋର୍ଟାଲ ଜରିଆରେ ପୁଲିସର ଦୃଷ୍ଟି ଆକର୍ଷଣ କରି ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅକୁ ଜଣେ ସଂପର୍କୀୟ ଝିଅ ଫସାଇ କୁଆଡ଼େ ନେଇଯାଇଛି । ତାଙ୍କ ଝିଅକୁ ଅନ୍ୟତ୍ର ବିକ୍ରି କରି ଦିଆଯାଉଥିବା ବିଷୟ ଲେଖିଥିଲେ ।  ଲକ୍ଷ୍ନୌ ଥାନାରେ ମାମଲା ରୁଜୁ କରାଯାଇଥିଲା । ପୁଲିସ ବେଶ ଗୋପନୀୟତାର ସହିତ ଦୁଇଝିଅଙ୍କୁ ତଲାସ କରିଥିଲା ।

ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲା ଅନ୍ତର୍ଗତ ପଟାମ୍ବା ଥାନା ଅଂଚଳରେ ଅବସ୍ଥିତ ଏକ ଛୋଟ ଜଙ୍ଗଲ ଭିତରୁ ଲିଭ୍‌-ଇନ୍‌-ରିଲେସନ୍‌ରେ ରହୁଥିବା ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରିଛି ପୁଲିସ । ମୃତ ପୁରୁଷଙ୍କ ଘର ପୁକଲାବେରା ଅଂଚଳରେ, ମୃତ ମହିଳାଙ୍କ ଘର ଗଦି ଅଂଚଳରେ । ପ୍ରାୟ ଦେଢ଼ବର୍ଷ ତଳେ ସଂପୃକ୍ତ ମହିଳା କୌଣସି କାରଣରୁ ସ୍ୱାମୀଙ୍କଠାରୁ ଅଲଗା ହୋଇ ଅନ୍ୟତ୍ର ଏକୁଟିଆ ରହୁଥିଲେ ।

ମାତ୍ର କିଛିଦିନ ହେଲା ମହିଳା ଜଣକ ଏଇ ପୁରୁଷଙ୍କ ସହିତ ରହୁଥିଲେ । ପଟାମ୍ବା ଥାନାଧିକାରୀ କହନ୍ତି, ମୃତ ମହିଳା ପୂର୍ବ ସ୍ୱାମୀଙ୍କ ନିକଟରୁ ଆଇନତଃ ଛାଡ଼ପତ୍ର ଗ୍ରହଣ କରି ନଥିଲେ । ଦୁହେଁ ଆତ୍ମହତ୍ୟା କରିଥିବା ବିଷୟ ଠଉରାଇ ପାରିନି ପୁଲିସ । ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ ।

ବୁଧବାର ଦିନ ସକାଳ ପ୍ରାୟ ୮ଟାରେ ଜଣେ ଲୋକ ତାଙ୍କ ଚାଷଜମିକୁ ଯାଉଥିବା ସମୟରେ ତାଙ୍କ ଦୃଷ୍ଟି ଜଙ୍ଗଲ ଭିତର ଗୋଟିଏ ଗଛ ଉପରେ ପଡ଼ିଲା । ଗଛଡାଳରେ ପୁରୁଷ ଓ ମହିଳାଙ୍କ ମୃତଦେହ ଝୁଲି ରହିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଲା । ପରିବାର ଲୋକଙ୍କ ଉପସ୍ଥିତିରେ ଗଛଡ଼ାଳରୁ ମୃତଦେହକୁ ତଳକୁ ଅଣା ଯାଇଥିଲା ।