ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଡେଭାଲ୍ଡଙ୍କ ଶତକ ହାସଲ

ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟି-୨୦ ମୁକାବିଲାରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ଡେଭାଲ୍ଡ ବ୍ରେବିସ୍ ମାତ୍ର ୫୬ଟି ବଲରୁ ଦମଦାର ୧୨୫ ରନ୍ ସଂଗ୍ରହ କରିଛନ୍ତି । ଡେଭାଲ୍ଡ ୧୨ଟି ଚୌକା ଓ ୮ଟି ଛକା ବଳରେ ଏହି କୃତୀତ୍ୱ ହାସଲ କରିଛନ୍ତି । ଟି-୨୦ ଦୁନିଆରେ ଡେଭାଲ୍ଡ ତାଙ୍କର ପ୍ରଥମ ଶତକ ହାସଲ କରିଛନ୍ତି, ତା’ ସହିତ ଅନନ୍ୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ଟାଣୁଆ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷରେ ଡେଭାଲ୍ଡଙ୍କ ଶତକ ହାସଲ କମ୍ ବଡ଼ କଥା ନୁହେଁ । ଟି-୨୦ ଫର୍ମାଟ୍‌ରେ ଡେଭାଲ୍ଡ ହେଉଛନ୍ତି ଏକମାତ୍ର ଦକ୍ଷିଣ ଆଫ୍ରିକା କ୍ରିକେଟର ଯେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୪୧ଟି ବଲରୁ ଶତକ ହାସଲ କରିଛନ୍ତି । ବ୍ରେବିସଙ୍କ ପୂର୍ବରୁ ଡେଭିଡ୍ ମିଲର ୨୦୧୭ ମସିହାରେ ବାଂଲାଦେଶ ବିପକ୍ଷରେ ଟି-୨୦ ଫର୍ମାଟ୍‌ରେ ୩୫ଟି ବଲରୁ ଶତକ ହାସଲ କରିଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷରେ ଡେଭାଲ୍ଡ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ତୃତୀୟ ସର୍ବକନିଷ୍ଠ କ୍ରିକେଟର ଯେ ଟି-୨୦ ଦୁନିଆରେ ଶତକୀୟ ପାଳି ଖେଳିଛନ୍ତି । ଡେଭାଲ୍ଡ ୨୨ ବର୍ଷ ୧୦୫ ଦିନରେ ପଦାର୍ପଣ କରିବା ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଶାନଦାର ଶତକ ହାସଲ କରିଛନ୍ତି । ଡେଭାଲ୍ଡଙ୍କ ପୂର୍ବରୁ ୧୯ ବର୍ଷୀୟ ଲୁହାନ୍ ଡ୍ରି ପ୍ରେଟୋରିୟମ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଶତକ ହାସଲ କରିଥିଲେ । ସେହିଭଳି ୨୦୨୨ ମସିହାରେ ୨୧ ବର୍ଷୀୟ ଟ୍ରିଷ୍ଟନ୍ ଷ୍ଟବ୍ସ ଇଂଲଣ୍ଡ ବିପକ୍ଷରେ ଟି-୨୦ ଶତକ ହାସଲ କରିଥିଲେ ।